Advertisment

ରାମନବମୀ ଅବସରରେ ବିହାରରେ ହିଂସା

ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।

author-image
Tapas Behera
family die after fire breaks out

family die after fire breaks out

ରାମନବମୀ ଅବସରରେ ବିହାରର ନାଳନ୍ଦା ଓ ସାସାରାମରେ ହିଂସା ସୃଷ୍ଟି ହୋଇଛି। ଏହା ପରେ ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ନାଲନ୍ଦା ଜିଲ୍ଲାର ବିହାରଶରିଫରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୟଙ୍କର ହିଂସାକାଣ୍ଡ ଘଟିଛି। ବିହାରଶରିଫର ଗଗନ ଦିୱାନରେ ରାମନବମୀ ଶୋଭାଯାତ୍ରାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ହଜାର ହଜାର ଲୋକ ଉପସ୍ଥିତ ଥିବା ବେଳେ ଅନ୍ୟ କେତେକ ଗୋଷ୍ଠୀଙ୍କ ପକ୍ଷରୁ ପଥରମାଡ଼ ହୋଇଥିଲା ।

Advertisment

ଏହାକୁ ନେଇ ହିଂସା ଦେଖାଯାଇଥିଲା । ଘଟଣା ଏତେ ବଢିଯାଇଥିଲା ଯେ ଉଭୟ ପକ୍ଷରୁ ଗୁଳିଚାଳନା ମଧ୍ୟ ଆରମ୍ଭ ହୋଇଥିଲା । ଏହି ହିଂସାକାଣ୍ଡରେ ଅନେକ ଘରକୁ ଟାର୍ଗେଟ କରାଯିବା ସହ ଭଙ୍ଗାରୁଜା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବିହାରଶରିଫ ସହରରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି।

ସେହିପରି ସାସାରାମ ସହରରେ ବି ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଚୈତି ଦୁର୍ଗାପୂଜାର ଶୋଭା ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ବିବାଦ ପରେ ପଥର ମାଡ଼ ଆରମ୍ଭ ହୋଇଥିଲା। ଯାହା ପରେ ହିଂସା କାଣ୍ଡ ଘଟିଥିଲା। ସେଠାରେ ନିଆଁ ଲାଗିଯାଇଥିଲା। କିଛି ଘରେ ନିଆଁ ଲାଗିଯାଇଥିଲା। ଗୁଳି ମଧ୍ୟ ମାଡ଼ ହୋଇଥିବା ଜଣାପଡ଼ିଛି। ହିଂସାକୁ ଶାନ୍ତ କରିବା ବେଳେ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।ରାମନବମୀ ଅବସରରେ ପଶ୍ଚିମବଙ୍ଗ, ଗୁଜରାଟରେ ମଧ୍ୟ ହିଂସା ସୃଷ୍ଟି ହୋଇଛି।

Advertisment
India