Advertisment

କାଲି ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇ; ୧୩ଟି ରାଜ୍ୟରେ ପଡ଼ିବ ଭୋଟ

ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍‌ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ।

Candidates

Candidates

Advertisment

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍‌ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ।

Advertisment

ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍। ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ।

ଏହି ୧୩ଟି ରାଜ୍ୟର ମତଦାତା ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍।

Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଫୋକସରେ ରଖାଯାଇଛି। ନିର୍ବାଚନ ପାଇଁ ପୋଲିଂ କର୍ମଚାରୀମାନେ ପୋଲିଂ ଷ୍ଟେସନ ପହଞ୍ଚିବା ଆରମ୍ଭ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe