Advertisment

Sorry ପାପା, ମୋର ସିଲେକ୍ସନ୍‌ ହେବନି…ଲେଖି ଝୁଲି ପଡ଼ିଲେ ଛାତ୍ର

୪୮ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଲା ଆଉ ଏକ ମାମଲା। ଆତ୍ମହତ୍ୟା କଲେ NEET ପାଇଁ ପ୍ରସ୍ତୁତ ହେଉଥିବା ଆଉ ଜଣେ ଛାତ୍ର।

ଅଦ୍ୟତନ ହୋଇଛି
suicide

suicide

Advertisment

'ସରି ପାପା! ଏଥର ମଧ୍ୟ ମୋର ସିଲେକ୍ସନ୍‌ ହେବନି।' ଏଭଳି କିଛି ଲେଖି ଝୁଲି ପଡିଛନ୍ତି ଜଣେ ଛାତ୍ର। ରାଜସ୍ଥାନର ଶିକ୍ଷାର ସହର କୋଟାରେ ୪୮ ଘଣ୍ଟା ମଧ୍ୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।

Advertisment

କୋଟାରେ କୋଚିଂ ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ୪୮ ଘଣ୍ଟା ମଧ୍ୟରେ ଦୁଇ ଜଣ NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଆତ୍ମହତ୍ୟା କରିଛନ୍ତି। ପ୍ରଥମ ମାମଲା ରବିବାର ବିଳମ୍ବିତ ରାତିରେ ସାମ୍ନାକୁ ଆସିଥିବାବେଳେ ଦ୍ୱିତୀୟ ମାମଲା ମଙ୍ଗଳବାର ମଧ୍ୟାହ୍ଣ ୧ଟା ବେଳେ ସାମ୍ନାକୁ ଆସିଛି। ଏହି ସମୟରେ ଜଣେ ଛାତ୍ରଙ୍କର ଶେଷ ହାତ ଲେଖା ସୁସାଇଡ୍‌ ନୋଟ୍ ମଧ୍ୟ ଉଦ୍ଧାର ହୋଇଛି।

ସୂଚନା ମୁତାବକ, କେଟା ଜବାହର ନଗର ଥାନା ଅଞ୍ଚଳରେ ଜଣେ ଛାତ୍ର ନିଜ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ଧୌଲପୁରର ଭରତ ବୋଲି ଜଣାପଡିଛି। ସେ କୋଟାରେ ରହି ନିଟ୍‌ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, NEET ପରୀକ୍ଷାରେ ଭାରତଙ୍କର ଏହାଥିଲା ତୃତୀୟ ଆଟେମ୍ପଟ୍‌। ଭରତଙ୍କ ସହ ତାଙ୍କ ଭଣଜା ରୋହିତ ମଧ୍ୟ ଏଠାରେ ରହି NEET ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଜି ସକାଳେ ଯେତେବେଳେ ରୋହିତ ଚୁଟି କାଟିବାକୁ ବଜାରକୁ ଯାଇଥିଲେ, ଏହି ସମୟ ଭରତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଛାତ୍ରଙ୍କ ହଷ୍ଟେଲ ରୁମ୍‌ ଭିତର ଏକ ସୁସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ଏଥିରେ 'ସରି ପାପା! ମୋର ଏଥର ବି ସିଲେକ୍‌ସନ ହୋଇପାରିବ ନାହିଁ' ବୋଲି ଲେଖା ଅଛି। 

Advertisment
Suicide Noteଜବତ ହୋଇଥିବା ସୁସାଇଡ୍‌ ନୋଟ୍‌।

ମୃତ ଛାତ୍ର ଭରତଙ୍କ ଭଣଜା ରୋହିତଙ୍କ କହିବା ମୁତାବକ, ସେ ଚୁଟି କାଟବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କ ମାମୁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଡିପ୍ରେସନରେ ନଥିଲେ। ଘର ତରଫରୁ ତାଙ୍କ ଉପରେ କୌଣସି ଚାପ ମଧ୍ୟ ପକାଯାଉ ନଥିଲା। ସେ ତାଙ୍କ ବାପାଙ୍କ ସହ ପ୍ରତି ଦିନ କଥା ହେଉଥିଲେ। ତେବେ କେଉଁ କାରଣ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଜଣାନାହିଁ। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି।

Rajasthan NEET Student Suicide Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe