Advertisment

ମରାଠା ଆନ୍ଦୋଳନ: ଲାଗିଲା କର୍ଫ୍ୟୁ, ଠପ୍‌ ହେଲା ଇଣ୍ଟରନେଟ୍‌

ବିଳମ୍ବିତ ରାତିରେ ସୋଲାପୁର ଏବଂ ପନ୍ଦରପୁରରେ ଆନ୍ଦୋଳନକାରୀମାନେ ରାଜ୍ୟ ପରିବହନ ନିଗମ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

author-image
Madhupriya Mistry
Maratha Movement Turns Violent

Maratha Movement Turns Violent

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସକ ହେବାରେ ଲାଗିଛି। ଏହାକୁ ନେଇ ଏବେ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି। ସୁରକ୍ଷାଦୃଷ୍ଟିରୁ ବିଡ୍‌ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି। ଏଥିସହ ଇଣ୍ଟରନେଟ୍‌ ସେବା ମଧ୍ୟ ଠପ୍‌ ହୋଇଛି।

Advertisment

ଗତକାଲି ଆନ୍ଦୋଳନକାରୀମାନେ ଏନସିପି ବିଧାୟକ ପ୍ରକାଶ ସୋଲଙ୍କିଙ୍କ ଘରେ ନିଆଁ ଲାଗିଇ ଦେଇଥିଲା। ସେହିପରି ବିଡ୍‌ରେ ଥିବା ଶରଦ ପାୱାର ଗୋଷ୍ଠୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିଲା। ବୋର୍ଡ ମ୍ୟୁନିସିପାଲିଟି ପରିଷଦର କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏସବୁ ଘଟଣା ପରେ ପ୍ରଶାସନ ପକ୍ଷରୁ ମହାରାଷ୍ଟ୍ରର ବିଡ୍‌ରେ ୧୪୪ ଧାରା ଲାଗୁ କରାଯାଇଛି। ଛତ୍ରପତି ସମ୍ୱାଜି ନାଗରରେ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରାଯାଇଛି। ବିଳମ୍ବିତ ରାତିରେ ସୋଲାପୁର ଏବଂ ପନ୍ଦରପୁରରେ ଆନ୍ଦୋଳନର ସମର୍ଥକମାନେ ରାଜ୍ୟ ପରିବହନ ନିଗମ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ସେପଟେ ବିଡ୍‌ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଦଙ୍ଗା ଓ ଜୀବନକୁ ବିପଦରେ ପକାଇବା ମାମଲାରେ ବର୍ତ୍ତମାନ ସୁଦ୍ଧା ୪୯ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ଜିଲ୍ଲାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସେ କହିଛନ୍ତି।

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟପାଳ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ସୂଚନାନୁସାରେ, ବୈଠକରେ ମରାଠା ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ଆଜି ମହାରାଷ୍ଟ୍ର କ୍ୟାବିନେଟର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ଜଷ୍ଟିସ ସନ୍ଦୀପ ସିନ୍ଦେ କମିଟିର ରିପୋର୍ଟକୁ ସରକାର ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ସୂତ୍ରରୁ ପ୍ରକାଶ ଯେ ମରାଠା ସଂରକ୍ଷଣ ସମ୍ପର୍କରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ନେଇ କ୍ୟାବିନେଟ ବୈଠକରେ ଆଲୋଚନା ହୋଇପାରେ। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମନୋଜ ଜାରାଙ୍ଗେ ପାଟିଲଙ୍କ ସହ ଫୋନରେ କଥା ହୋଇଥିଲେ। ଉଭୟଙ୍କ ମଧ୍ୟରେ ଏକ ସକରାତ୍ମକ ବାର୍ତ୍ତାଳାପ ହୋଇଥିବା ସୂଚନା ମିଳିଛି।

Maharashtra Govt Eknath Sinde Maratha Reservation