Advertisment

ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଲାଗିଲା କର୍ଫ୍ୟୁ

ଗତକାଲି ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରାଯାଇଥିଲା।

author-image
Debibandita Barick
Security Force

Security Force

ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲାଗିଲା ଧାରା ୧୪୪। ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କର୍ଫ୍ୟୁ ଲଗାଇଛନ୍ତି। 

Advertisment

ଏନେଇ ଶାଜାପୁର ଜିଲ୍ଲାପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରିଜୁ ବଫନା ପୋଷ୍ଟ କରି କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତିନୋଟି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଉଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଧାରା ୧୪୪ ଲାଗୁ ହୋଇଥିବା ଅଞ୍ଚଳଗୁଡିକ ହେଉଛି ମାଗାରିଆ, କାଚ୍ଛିୱାଡା ଏବଂ ଲାଲପୁର। ଗତକାଲି ସନ୍ଧ୍ୟାରେ ଅକ୍ଷୟ କଳସ ଶୋଭାଯାତ୍ରା ଚାଲିଥିବା ସମୟରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଲାଲପୁରରୁ ଶୋଭାଯାତ୍ରା ବାହାରି ହରାୟପୁରରେ ପହଞ୍ଚିବା ପରେ ଏକ ମସଜିଦ ନିକଟରେ ଶୋଭାଯାତ୍ରା ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ।

Advertisment

ଏହାପରେ ଶତାଧିକ ହିନ୍ଦୁ ଗୋଷ୍ଠୀ ଏକତ୍ରିତ ହୋଇ ବିରୋଧ କରିଥିଲେ। ଏହି ସମୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ତେବେ କେତେଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ସେନେଇ ସ୍ପଷ୍ଟ କରାଯାଇ ନାହିଁ। 

Section 144 Religious Procession Stone Pelting