Advertisment

ଦଶମ ଛାତ୍ରଙ୍କୁ ଛୁରା ମାଡ଼; ଜଳୁଛି ଉଦୟପୁର, ୧୪୪ ଧାରା ଜାରି

ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ରାସ୍ତାରେ ଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଉଛନ୍ତି। ସ୍ଥିତର ଗମ୍ଭୀରତାକୁ ଦେଖି ପୂରା ସହରରେ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
cars set fire

cars set fire

ଜଣେ ଦଶମ ଛାତ୍ରଙ୍କୁ ଛୁରା ମାଡ଼ ଘଟଣାରେ ଜଳୁଛି ରାଜସ୍ଥାନର ଉଦୟପୁର ସହର। ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ରାସ୍ତାରେ ଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଉଛନ୍ତି। ସ୍ଥିତର ଗମ୍ଭୀରତାକୁ ଦେଖି ପୂରା ସହରରେ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି।

Advertisment

ଉଦୟପୁର ସହରର ସୁରଜପାଳ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ଗତକାଲି ଏହି ଅଘଟଣ ଘଟିଥିଲା। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉକ୍ତ ସ୍କୁଲରେ ପଢ଼ୁଥିବା ଅନ୍ୟ ଜଣେ ଛାତ୍ର ଛୁରା ମାଡ଼ କରିଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିବା ବେଳେ ଗତକାଲି କଥା କଟାକଟିକୁ ନେଇ ଏପରି ସାଂଘାତିକ ଘଟଣା ଘଟିଥିବା ଜଣାଯାଇଛି।

ତୁରନ୍ତ ଆହତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ରଙ୍କ ଚିକିତ୍ସା ନିମନ୍ତେ ଏକ ମେଡିକାଲ ଟିମ୍ ଗଠିତ ହୋଇଛି। ସମ୍ପୃକ୍ତ ଛାତ୍ରଙ୍କ କିଡ଼ନୀ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଚିକିତ୍ସା ନିମନ୍ତେ ଅନ୍ୟ ହସ୍ପିଟାଲରୁ ବିଶେଷଜ୍ଞ ଡାକ୍ତରଙ୍କୁ ଡକାଯାଇଥିବା ଜଣାଯାଇଛି। 

Advertisment

ଏହି ଘଟଣା ପ୍ରଚାରିତ ହେବା ପରେ ଗତକାଲି ଉଦୟପୁର ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିସହ ସେମାନେ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସହରରେ ୧୪୪ ଧାରା ଲାଗୁ କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସହରର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏଥିସହ ବିଭିନ୍ନ ଛକରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼କୁ ଘଉଡ଼ାଇବା ନିମନ୍ତେ ପୁଲିସ୍‌ ହାଲକା ବଳ ପ୍ରୟୋଗ କରିଥିବା ଜଣାଯାଇଛି।

Rajasthan Tension Situation