Advertisment

ରାଜ୍ୟପାଳଙ୍କ ବଡ଼ ବୟାନ: ଭାରତରେ ଧର୍ମନିରପେକ୍ଷତାର ଆବଶ୍ୟକତା ନାହିଁ

ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଧର୍ମନିରପେକ୍ଷତାର ଜନ୍ମ ଓ ଅର୍ଥ ସମ୍ପର୍କରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି।

Tamil Nadu Governor RN Ravi

Tamil Nadu Governor RN Ravi

Advertisment

ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଧର୍ମନିରପେକ୍ଷତାର ଜନ୍ମ ଓ ଅର୍ଥ ସମ୍ପର୍କରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ରାଜ୍ୟପାଳଙ୍କ ବୟାନକୁ କଂଗ୍ରେସ ଓ ଅନ୍ୟ କିଛି ଦଳ ଦାୟିତ୍ୱହୀନ ମତ ବୋଲି କହିଛନ୍ତି। ରାଜ୍ୟପାଳଙ୍କ ଭଳି ସମ୍ବିଧାନିକ ପଦରେ ବସି ଏପରି ବୟାନ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି।

Advertisment

ତାମିଲନାଡୁର କନ୍ୟାକୁମାରୀରେ ଆୟୋଜିତ ଗୋଟିଏ ସର୍ବସାଧାରଣ ସଭାରେ ରାଜ୍ୟପାଳ ରବି କହିଛନ୍ତି ଯେ “ଧର୍ମନିରପେକ୍ଷତା ପଶ୍ଚିମର ବହୁତ ଦୂରରୁ ଆସିଛି। ଭାରତରେ ଏହାର କୌଣସି ସ୍ଥାନ ନାହିଁ। ଏ ଦେଶର ଲୋକଙ୍କ ସହ ବହୁତ ଛଳନା କରାଯାଉଛି। ସେମାନଙ୍କୁ ଠକା ଯାଉଛି। ସେମଧ୍ୟରୁ ଗୋଟିଏ ହେଲା, ସେମାନଙ୍କୁ ଧର୍ମନିରପେକ୍ଷତାର ଭୁଲ ଧାରଣା ମଧ୍ୟରେ ଛନ୍ଦି ଦିଆଯାଇଛି। ଧର୍ମନିରପେକ୍ଷତାର ଅର୍ଥ କ’ଣ? ଧର୍ମନିରପେକ୍ଷତା ଗୋଟିଏ ୟୁରୋପୀୟ ଚିନ୍ତାଧାରା। ଏହା ଆଦୌ ଭାରତୀୟ ଚିନ୍ତାଧାରା ନୁହେଁ।

ୟୁରୋପରେ ଚର୍ଚ୍ଚ ଓ ରାଜାଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ଧର୍ମନିରପେକ୍ଷକୁ ଅଣା ଯାଇଥିଲା। ଧର୍ମ ଠାରୁ ଭାରତ କେମିତି ଦୂରେଇ ରହିବ? ଧର୍ମନିରପେକ୍ଷତା ଗୋଟିଏ ୟୁରୋପୀୟ ଚିନ୍ତାଧାରା। ତା’କୁ ସେଇଠାରେ ରହିବାକୁ ଦିଆଯାଉ। ଭାରତରେ ଧର୍ମନିରପେକ୍ଷତାର କୌଣସି ଆବଶ୍ୟକତା ନାହିଁ।”

Advertisment

ରାଜ୍ୟପାଳ ରବିଙ୍କ ଏପରି ବୟାନକୁ ସିପିଆଇ(ଏମ) ନେତ୍ରୀ ବ୍ରିନ୍ଦା କରାତ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ “ରାଜ୍ୟପାଳଙ୍କ ବୟାନ ଦର୍ଶାଉଛି ଯେ ସେ ଭାବୁଛନ୍ତି ଯେ ଭାରତର ସମ୍ବିଧାନ ମଧ୍ୟ ଗୋଟିଏ ବିଦେଶୀ ଚିନ୍ତାଧାରା। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ରାଜ୍ୟପାଳଙ୍କ ଚୌକିରେ ବସିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସେହିମାନଙ୍କୁ ରାଜ୍ୟପାଳ କରୁଛି ଯେଉଁମାନେ ଦେଶର ସର୍ବୋଚ୍ଚ ନିୟମ ବହିକୁ ବିଶ୍ୱାସ କରନ୍ତି ନାହିଁ।”

କଂଗ୍ରେସ ସାଂସଦ ମଣିକମ ଟାଗୋର ରାଜ୍ୟପାଳଙ୍କ ବୟାନକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି। ସେ କହିଛନ୍ତି, “ବିଦେଶରେ ଧର୍ମନିରପେକ୍ଷତା ଭିନ୍ନ ହୋଇପାରେ। କିନ୍ତୁ ଭାରତରେ ଆମେ ଅନ୍ୟ ସବୁ ଧର୍ମକୁ ସମ୍ମାନ କରୁ। ଆମେ ଅନ୍ୟ ସବୁ ପରମ୍ପରାକୁ ସମ୍ମାନ ଦେଉ। ଏହା ହିଁ ଭାରତର ଧର୍ମନିରପେକ୍ଷତା।”

Congress Governor RN Ravi Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe