Advertisment

ନୀତୀଶ କୁମାରଙ୍କ ସୁରକ୍ଷାବଳୟରେ ଫାଟ, ପଶିଗଲେ ବାଇକ ଆରୋହୀ

ବାଇକଟିଏ ଆସୁଥିବା ଦେଖି ନୀତୀଶ କୁମାର ସୁରକ୍ଷା ଦୃଷ୍ଟିରୁ ରାସ୍ତା ଛାଡ଼ି ଫୁଟ୍‌ପାଥ୍‌ ଉପରକୁ ଚଢ଼ି ଯାଇଥିଲେ।

author-image
Jitendra Garnayak
Nitish Kumar

Nitish Kumar

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଜି ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ସେ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ତାଙ୍କ ସୁରକ୍ଷାବଳୟ ଭିତରକୁ ପଶି ଆସିଥିଲେ।

Advertisment

ପ୍ରତିଦିନ ଭଳି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମର୍ଣ୍ଣିଂୱାକରେ ବାହାରିଥିଲେ। ସେ ତାଙ୍କ ବାସଭବନରୁ ସର୍କୁଲାର ହାଉସିଂ ଅଭିମୁଖେ ଯାଉଥିଲା। ସେ ସର୍କୁଲାର ରୋଡ୍ ଦେଇ ଯାଉଥିବା ବେଳେ ହଠାତ୍ ଜଣେ ବାଇକ ଆରୋହୀ ସୁରକ୍ଷାବଳୟ ଭେଦି ସର୍କୁଲାର ରୋଡ୍‌କୁ ପଶି ଯାଇଥିଲେ।

ବାଇକଟିଏ ଆସୁଥିବା ଦେଖି ନୀତୀଶ କୁମାର ସୁରକ୍ଷା ଦୃଷ୍ଟିରୁ ରାସ୍ତା ଛାଡ଼ି ଫୁଟ୍‌ପାଥ୍‌ ଉପରକୁ ଚଢ଼ି ଯାଇଥିଲେ। ଏହା ପରେ ପରେ ଉକ୍ତ ବାଇକ୍ ଆରହୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମଚାରୀମାନେ ଧରିଥିଲେ।

Advertisment

ଏହି ଘଟଣା ପରେ ସ୍ପେଶାଲ ସିକ୍ୟୁରିଟି ଗ୍ରୁପ୍‌ (ଏସ୍‌ଏସ୍‌ଜି) କମାଣ୍ଡାଣ୍ଟ ଓ ପାଟଣା ଏସ୍‌ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ଏହି ଘଟଣାରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Nitish Kumar