Advertisment

ଛତିଶଗଡରେ ପୁଣି ଏନ୍‌କାଉଣ୍ଟର୍‌, ଟଳିଲେ ୪ ନକ୍ସଲ୍‌

ବର୍ତ୍ତମାନ ସୁଦ୍ଧା ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି।

Encounter

Encounter

Advertisment

ଓଡ଼ିଶା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ପୁଲିସକୁ ବଡ଼ ସଫଳତା ମିଳିଛି। ନାରାୟଣ ପୁରର ଆବୁଜମାଡ଼ ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ପୁଲିସ ଗୁଳିରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

Advertisment

ଅବୁଝମାଡର ଟେକାମେଟା ଅଞ୍ଚଳର ଜଙ୍ଗଲ ଭିତରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିବା ପରେ ଆଜି ସକାଳେ ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଏହି ସମୟନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ନାରାୟଣପୁର ଏସ୍‌ ପି ପ୍ରଭାତ କୁମାର ଏନେଇ ସୂଚନା ଦେଇଛନ୍ତି। ତେବେ ଏସପି ପ୍ରଭାତ କୁମାର ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ ଏନକାଉଣ୍ଟର ଚାଲିଛି। ଏନକାଉଣ୍ଟର ଶେଷ ହେବା ପରେ ହିଁ ପ୍ରକୃତ ପରିସ୍ଥିତି ଜଣାପଡିବ। ବସ୍ତର ଆଇଜି ସୁନ୍ଦରରାଜ ପି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Advertisment
Chhattisgarh Encounter Naxal Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe