Advertisment

ଧୂଆଁ ଆକ୍ରମଣ: ବଦଳିଲା ସଂସଦର ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପ

author-image
Hemant Lenka
LS

LS

ବୁଧବାର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ପୂରା ଦେଶକୁ ଆଚମ୍ବିତ କରି ଦେଇଛି। ଦୁଇ ଜଣ ଯୁବକ ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଡେଇଁ ବେଶ କିଛି ସମୟ ହଙ୍ଗାମା କରିଥିଲେ।

Advertisment

ସେମାନେ ହଳଦିଆ ରଙ୍ଗର ଧୂଆଁ ମାଡ଼ କରିଥିଲେ। ପୂରା ଲୋକସଭା ଧୂଆଁ ମୟ ହୋଇଯାଇଥିଲା। ଏହି ସୁରକ୍ଷା ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି।

ସୁରକ୍ଷା ପ୍ରୋଟକଲକୁ ସଂସଦ ପକ୍ଷରୁ ଆହୁରି ସୁଦୃଢ଼ କରାଯାଇଛି। ସାଂସଦ, କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥର ବ୍ୟବସ୍ଥା କରାଯିବ। ସାଂସଦମାନେ ମୁଖ୍ୟ ଗେଟ୍‌ ଦେଇ ସଂସଦ ଭିତରକୁ ଯିବେ। ସେହିପରି ଭିଜଟରମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ଅନୁମତି ମିଳିଲେ, ସେମାନେ ୪ର୍ଥ ଗେଟ୍‌ରେ ହିଁ ସଂସଦ ଭିତରେ ପ୍ରବେଶ କରିପାରିବେ।

Advertisment

ନୂଆ ସୁରକ୍ଷା ନିୟମ ଅନୁଯାୟୀ, ଭିଜଟର ଗ୍ୟାଲେରୀରେ ଏଣିକି କାଚ ଲାଗିବ। ଫଳରେ କୌଣସି ଲୋକ ଆଉ ଲୋକସଭା ଚ୍ୟାମ୍ବର ମଧ୍ୟକୁ ସେଠାରୁ ଡେଇଁ ପାରିବେ ନାହିଁ। ଏହାବାଦ ଏୟାରପୋର୍ଟରେ ଯେଉଁଭଳି ବଡି ସ୍କାନ ମେସିନ ରହିଛି, ସଂସଦରେ ମଧ୍ୟ ସେହି ପ୍ରକାରର ବ୍ୟବସ୍ଥା କରାଯିବ। ଏବେ ସଂସଦ ଭିତରେ ଯେତିକି ସଂଖ୍ୟକ ସୁରକ୍ଷାକର୍ମୀ ରହୁଛନ୍ତି, ତା’ଠାରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ପରବର୍ତ୍ତିତ ନିୟମରେ କୁହାଯାଇଛି। 

ପୂର୍ବରୁ ସଂସଦରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲା। କିନ୍ତୁ ୨୦୦୧ ସଂସଦ ହମଲା ପରେ ଏହାକୁ ୪ ଥାକିଆ କରି ଦିଆଯଇଛି। ୪ ଥାକିଆ ବ୍ୟବସ୍ଥା ସତ୍ତ୍ୱେ ୨ ଜଣ ଯୁବକ ସାଗର ଶର୍ମା ଓ ମନୋରଞ୍ଜନ ସମସ୍ତକୁ ଚକମା ଦେଇ ଧୂଆଁ ସୃଷ୍ଟି କରୁଥିବା ଡବା ଧରି ସଂସଦ ଭିତରକୁ ଚାଲି ଯାଇଥିଲେ।

ନିୟମ ଅନୁସାରେ, ସଂସଦ ଭିତରକୁ ଯାଉଥିବା ଲୋକମାନେ ନିଜ ସହ ଫୋନ, ବ୍ୟାଗ, କଲମ, ପାଣି ବୋତଲ କିମ୍ବା କଏନ ନେଇ ଯାଇ ପାରିବେ ନାହଁ। ଭିଜଟରମାଙ୍କୁ ନିଜର ଆଧାର କାର୍ଡ ମଧ ଦାଖଲ କରିବାକୁ ପଡ଼ିବ। ଏହାପରେ ଯାଇ ସେମାନଙ୍କୁ ସଂସଦରେ ପ୍ରବେଶ ପାଇଁ ଅନୁମତି ମିଳିବ।

ପାସ୍‌ ମିଳିଥିଲେ ହେଁ ଜଣେ ସଂସଦ ଭିତରକୁ ଯାଇ ପାରିବେ। ଆଶାୟୀ ଭିଜଟରମାନେ ନିଶ୍ଚିତ ଭାବେ ଯେକୌଣସି ସାଂସଦଙ୍କ ତରଫରୁ ଜାରି ହୋଇଥିବା ପା‌ସ ଦେଖାଇବାକୁ ବାଧ୍ୟ। ଆଜିର ଘଟଣାରେ ଦୁଇ ଯୁବକ ବିଜେପି ସାଂସଦ ପ୍ରତାପ ସୀମାଙ୍କ ଦ୍ୱାରା ଜାରି ହୋଇଥିବା ପାସ୍‌ ଦେଖାଇ ଭିତରକୁ ଯାଇଥିଲେ।

କୁହାଯାଉଛି ଯେ ସଂସଦ ଭିତରକୁ ଯାଇଥିବା ଦୁଇ ଯୁବକ ନିଜର ଜୋତା ଭିତରେ ଧୂଆଁ ସୃଷ୍ଟିକାରୀ କାନିଷ୍ଟର୍ସ ରଖିଥିଲେ। ଯାଞ୍ଚ ବେଳେ ସେମାନେ ସୁରକ୍ଷାକର୍ମୀଙ୍କୁ ଚକମା ଦେବାକୁ ସକ୍ଷମ ହୋଇଥିଲେ।

ସାଗର ଓ ମନୋରଞ୍ଜନଙ୍କ ବ୍ୟତୀତ ସଂସଦ ବାହାରରେ ମଧ୍ୟ ଜଣେ ଯୁବକ ଓ ଜଣେ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ହାତରେ ମଧ୍ୟ ସ୍ମୋକ କାନିଷ୍ଟର୍ସ ରହିଥିଲା। ପୁଲିସ୍‌ ସମସ୍ତ ୪ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Parliament New Parliament Building Member Of Parliament Loksabha Election Lok Sabha Session Lok Sabha Speaker Lok Sabha Parliament Security Breach