Advertisment

IIT-BHU କ୍ୟାମ୍ପସରେ ବିକ୍ଷୋଭ, ଛାତ୍ରୀଙ୍କୁ କିସ୍ ସହ ଟଣାଓଟରା କରାଯାଇଥିବା ଅଭିଯୋଗ

ତୁରନ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସ୍ ପ୍ରବେଶ ଉପରେ କଟକଣା ଲଗାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ।

ଅଦ୍ୟତନ ହୋଇଛି
Students Protest

Students Protest

Advertisment

ଆଇଆଇଟି ବନାରସ ହିନ୍ଦୁ ୟୁନିଭରସିଟି କ୍ୟାମ୍ପସରେ ଉତ୍ତେଜନା। ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେବା ଏବଂ ଟଣାଓଟରା କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। 

Advertisment

ତୁରନ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସ୍ ପ୍ରବେଶ ଉପରେ କଟକଣା ଲଗାଇବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏଥିସହ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କ୍ୟାମ୍ପସରୁ ଅଲଗା କରି ଏକ ପାଚେରୀ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ। 

ସୂଚନା ଅନୁସାରେ, ବୁଧବାର ଏହି ଘଟଣା ଛାତ୍ର ହଷ୍ଟେଲ ନିକଟରେ ଘଟିଛି। ଛାତ୍ରୀ ଜଣକ କ୍ୟାମ୍ପସ୍ ମଧ୍ୟରେ ଯାଉଥିବା ସମୟରେ କିଛି ଅଣଛାତ୍ର ତାଙ୍କୁ ଜୋର୍ ଜବରଦସ୍ତ ଚୁମ୍ବନ ଦେବା ସହ ଟଣାଓଟରା କରିଥିଲେ। ବାଇକରେ ଥିବା ତିନି ଜଣ ବ୍ୟକ୍ତି ମଧ୍ୟ ଏହି ସମୟର ଭିଡିଓ ରେକର୍ଡ କରିଛନ୍ତି, ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ସେମାନେ ନିଜ କ୍ୟାମ୍ପସରେ ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି।

Advertisment

ଛାତ୍ର ପ୍ରତିନିଧୀଙ୍କ ସହ ଆଲୋଚନା ପରେ ଅନୁଷ୍ଠାନ କହିଛି ଯେ, ସେମାନେ ଶିକ୍ଷା ମନ୍ତ୍ରଣାଳୟ ସହ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ନେଇ ପ୍ରସ୍ତାବ ଦେବେ। ବିଏଚୟୁ ରେଜିଷ୍ଟ୍ରାର ଏକ ବିବୃତ୍ତିରେ କହିଛନ୍ତି, ସୀମିତ ପ୍ରବେଶ ସହିତ କ୍ୟାମ୍ପସ ପ୍ରବେଶ ଉପରେ କଟକଣା ପାଇଁ ଅନୁଷ୍ଠାନ ଶିକ୍ଷା ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରିବ।

ସୁରକ୍ଷାକୁ କଡାକଡି କରାଯାଇଛି ଏବଂ କ୍ୟାମ୍ପସରେ ଅଧିକ ସିସିଟିଭି ଲଗାଯିବ। ରାତି 10ଟାରୁ ସକାଳ 5ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ ବୋଲି ଅନୁଷ୍ଠାନ କହିଛି।

IIT-BHU Student Forcibly Kissed BHU Banaras Hindu University IIT Baranasi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe