Advertisment

ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ

ଧମକ ପରେ ପୂରା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅଦ୍ୟତନ ହୋଇଛି
delhi-high-court

delhi-high-court

Advertisment

'ବୋମା ଲଗାଇ ଉଡାଇ ଦେବୁ କୋର୍ଟ। କାହାକୁ ବି ଛଡା ଯିବ ନାହିଁ। ଯିଏ ଆସିବ ତାକୁ ଉଡାଇଦେବୁ।' ଦିଲ୍ଲୀ ହାଇକୋର୍ଟକୁ ଏଭଳି କିଛି ଧମକ ମିଳିଛି। ଏହାପରେ ପୂରା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Advertisment

କେବଳ ସେତିକି ନୁହେଁ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନରାଲଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ମିଳିଛି। ବୁଧବାର ରେଜିଷ୍ଟ୍ରାରଙ୍କୁ ଇ-ମେଲ ଜରିଆରେ କୋର୍ଟକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଇ-ମେଲଟି ବଳବନ୍ତ ଦେସାଇ ନାମରେ ଆସିଥିଲେ। ଏଥିରେ ୧୫ ଫେବ୍ରୁଆରୀ ଦିନ କୋର୍ଟକୁ ବୋମାରେ ଉଡାଇ ଦେବୁ। ଏହା ସବୁଠାରୁ ବଡ଼ ବିସ୍ଫୋରଣ ହେବ। ଯେତେ ସୁରକ୍ଷା ବ୍ୟବସ୍ଥା ବଢ଼ାଉବାର ଅଛି ବଢ଼ାନ୍ତି। ସମସ୍ତ ମନ୍ତ୍ରୀଙ୍କୁ ଡାକନ୍ତୁ। ସମସ୍ତଙ୍କୁ ବିସ୍ଫୋରଣରେ ଉଡାଇ ଦେବୁ ବୋଲି ଧମକ ଦିଆଯାଇଥିଲା।

ଏହି ଧମକ ମିଳିବା ପରେ ଚାରିଆଡେ ହଇଚଇ ଆରମ୍ଭ ହୋଇଥିଲା। କୋର୍ଟ ପରିସର ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଏହି ଧମକପୂର୍ଣ୍ଣ ଇ-ମେଲକୁ ପଠାଇଥିବା ବ୍ୟକ୍ତି ଜଣକ କିଏ ସେ ନେଇ ଯାଞ୍ଚ ଜାରି ରହିଛି। ଖୁବଶୀଘ୍ର ତାଙ୍କୁ ଗିରଫ କରିବା ପାଇଁ ପୁଲିସ ସର୍ଚ୍ଚ ଜାରି ରଖିଛି। ସେପଟେ ହାଇକୋର୍ଟରେ ସୁରକ୍ଷା ଡ୍ରିଲ କରାଯିବା ସହ ଜିଲ୍ଲା ଅଦାଲତ ଗୁଡିକର ସୁରକ୍ଷା ବଢ଼ାଇ ଦିଆଯାଇଛି।

Advertisment

ଅନ୍ୟପଟେ ବୁଧବାର ଦିନ ବିହାର ଡିଜିପିଙ୍କୁ ମଧ୍ୟ ହ୍ୱାଟସ୍‌ଆପ୍‌ ଜରିଆରେ ବୋମା ବିସ୍ଫୋରଣ ଧମକ ମିଳିଥିଲା। ଏକ ଅଡିଓ କ୍ଲିପ ଜରିଆରେ ଦୁର୍ବୃତ୍ତ ଏହି ଧମକ ଦେଇଥିଲେ। ଏହାପରେ ପୁଲିସ ତଦନ୍ତ କରି ଏହି ମାମଲାରେ କର୍ଣ୍ଣାଟକରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପାଟନା ଆଣିଛି। ତାଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। 

Delhi High Court Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe