Advertisment

ସୀମା ଦେଲେ ଗୁଡ ନ୍ୟୁଜ; ଘରକୁ ଆସିବେ କୁନି ଅତିଥି

ନିଜ ଭାରତୀୟ ପ୍ରେମିକ ସଚିନଙ୍କୁ ବିବାହ କରି ଭାରତରେ ଘର ସଂସାର କରିଥିବା ସୀମା ଦେଇଛନ୍ତି ଗୁଡ ନ୍ୟୁଜ ।

author-image
Niharika Rout
Seema & Sachin

Seema & Sachin

ବିବାହିତ ହୋଇ ନିଜ ପ୍ରେମ ପାଇଁ ଭାରତ ପଳାଇ ଆସିଥିବା ସୀମା ହାଇଦରଙ୍କ ପାଇଁ ୨୦୨୪ ମସିହା ଆଣିବ ଅସରନ୍ତି ଖୁସି । ନିଜ ଭାରତୀୟ ପ୍ରେମିକ ସଚିନଙ୍କୁ ବିବାହ କରି ଭାରତରେ ଘର ସଂସାର କରିଥିବା ସୀମା ଦେଇଛନ୍ତି ଗୁଡ ନ୍ୟୁଜ । ଚଳିତ ବର୍ଷ ଉଭୟ ସୀମା ଓ ସଚିନ ପିତାମାତା ହେବେ। ଏନେଇ ଖୋଦ ସୀମା ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ତାଙ୍କ ଗୋଡ଼ ଖୁସିରେ ତଳେ ଲାଗୁନି।

Advertisment

ସୀମା ଗତବର୍ଷ ଭାରତରେ ପ୍ରବେଶ କରିଥିବା ବେଳେ ସାଙ୍ଗରେ ସେ ନିଜ ୪ ଛୁଆଙ୍କୁ ବି ଧରି ପଳାଇ ଆସିଛନ୍ତି। ତେଣୁ ଏହା ସଚିନଙ୍କର ପ୍ରଥମ ସନ୍ତାନ ହେବାକୁ ଯାଉଥିବା ବେଳେ ସୀମାଙ୍କର କିନ୍ତୁ ଏହା ପଞ୍ଚମ ସନ୍ତାନ ।

ଗତ ମେ’ ୧୩ରେ ସୀମା ଗୋଟିଏ ବସ୍‌ ଯୋଗେ ନେପାଳରୁ ଭାରତକୁ ଆସିଥିଲେ। ଏହାପରେ ସେ ସଚିନଙ୍କ ସହ ଲୁଚି ବିଭିନ୍ନ ସ୍ଥାନରେ ରହୁଥିଲେ। ତେବେ ଗତ ଜୁଲାଇ ୪ରେ ସୀମା ଓ ସଚିନଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୭ରେ ସେମାନଙ୍କୁ ଜାମିନ ମିଳିଥିଲା। ସେବେଠାରୁ ସୀମା, ସଚିନ ଓ ତାଙ୍କର ୪ ପିଲା ଗ୍ରେଟର ନୋଏଡାର ଗୋଟିଏ ଘରେ ରହୁଛନ୍ତି।

Advertisment

ସୀମା ହାଇଦର ଭାରତ ସୀମାରେ ପ୍ରବେଶ କରିବା ପାଇଁ ଗ୍ରାମୀଣ ଭାରତୀୟ ମହିଳାଙ୍କ ବେଶ ଧାରଣ କରିଥିଲେ। ଏଥିପାଇଁ ସେ ମେକଅପ୍‌ ଉପରେ ଅଭିଜ୍ଞତା ରଖିଥିବା ଲୋକଙ୍କ ସହାୟତା ନେଇଥିଲା। ସେ ବେଶ ସତର୍କତାର ସହ ଭାରତୀୟ ବେଶ ଧାରଣ କରିଥିଲେ। ଏପରି କି ନିଜର ପିଲାମାନଙ୍କୁ ମଧ୍ୟ ଭାରତୀୟ ପୋଷାକ ପିନ୍ଧାଇଥିଲେ।

ସୁରକ୍ଷାକର୍ମୀଙ୍କୁ ମାତ ଦେବା ପାଇଁ ସେ ଏପରି ଯୋଜନା କରିଥିଲେ। ଘରୋଇ ସହାୟକ ଓ ଗ୍ରାମାଞ୍ଚଳରେ କାମଦାମ କରୁଥିବା ମହିଳାଙ୍କ ବେଶ ଧାରଣ କରି ସୀମା ହାଇଦର ଭାରତ-ନେପାଳ ସୀମା ଅତିକ୍ରମ କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ ନେଇ ଜୋରଦାର ଛାନଭିନ ହୋଇଥିବା ବେଳେ ସେ ନିଜ କିନ୍ତୁ ପ୍ରେମିକଙ୍କ ନ ଛାଡ଼ିବା ଜିଦିରେ ଅଟଳ ଥିଲେ। ଶେଷରେ ଉଭୟ ବିବାହ କରି ନେଇଥିଲେ।  

Seema Haider Seema-Sachin Love Tory