Advertisment

ସିନେମାରେ କାମ କରିବାକୁ ସୀମା ଓ ସଚିନଙ୍କୁ ମିଳିଲା ଅଫର

ବର୍ତ୍ତମାନ ଅମିତ ଜୈନ ମୁମ୍ବାଇରେ ସିନେମା ତିଆରି କରୁଛନ୍ତି। ଏହି ସିନେମାରେ ସେ ସୀମା ଓ ସଚିନଙ୍କୁ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Seema

Seema

Advertisment

ପାକିସ୍ତାନୀ ମହିଳା ସୀମା ହାଇଦର ଓ ତାଙ୍କ ଭାରତୀୟ ସ୍ୱାମୀ ସଚିନ ମୀନାଙ୍କୁ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସୀମା ଓ ସଚିନଙ୍କ ସୀମା ପାର ଲଭଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉଭୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ସେମାନଙ୍କୁ ଏଥିରୁ ମୁକୁଳାଇବା ପାଇଁ ଅମିତ ଜୈନ ନାମକ ଜଣେ ଫିଲ୍ମ ପ୍ରଯୋଜକ ସିନେମାରେ କାମ କରିବାକୁ ଅଫର ଦେଇଛନ୍ତି।

Advertisment

ବର୍ତ୍ତମାନ ଅମିତ ଜୈନ ମୁମ୍ବାଇରେ ସିନେମା ତିଆରି କରୁଛନ୍ତି। ଏହି ସିନେମାରେ ସେ ସୀମା ଓ ସଚିନଙ୍କୁ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସେମାନେ ନିଜ ପାରିଶ୍ରମିକରେ ଆର୍ଥିକ ସମସ୍ୟାରୁ ମୁକୁଳି ପାରିବେ ବୋଲି ଶ୍ରୀ ଜୈନ ଆଶା ରଖିଛନ୍ତି। ଅମିତ ଜୈନ ଉଦୟପୁରର ଟେଲର କହ୍ନୈୟା ଲାଲ ସାହୁଙ୍କ ହତ୍ୟାକାଣ୍ତ ଉପରେ ସିନେମା କରୁଛନ୍ତି।

ଅମିତଙ୍କ ଘର ମୀରଟରେ। ସୀମା ବେଆଇନ ଭାବେ ପାକିସ୍ତାନରୁ ଭାରତକୁ ଆସିଥିବାରୁ ପ୍ରଥମେ ଅମିତ ତାଙ୍କ ବିରୋଧରେ ଥିଲେ। କିନ୍ତୁ ସେ ସଚିନଙ୍କୁ ବାହା ହେବା ଓ ତାଙ୍କୁ ନେଇ ବିଭିନ୍ନ ପ୍ରକାରର ଭିଡିଓ ସାମ୍ନାକୁ ଆସିବା ପରେ ଅମିତଙ୍କ ମନ ବଦଳିଥିଲା।

Advertisment

ପରବର୍ତ୍ତୀ ଅବସ୍ଥାରେ ସେ ଜାଣିବାକୁ ପାଇଥିଲେ ଯେ ସଚିନ ଓ ସୀମା ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସେ ଉଭୟଙ୍କୁ ନିଜ ସିନେମାରେ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁଙ୍କୁ ସେଠାରେ ଅନେକ ସହାୟତା କରୁଛନ୍ତି। କିନ୍ତୁ ସଚିନ ଓ ସୀମା ହାଇଦରଙ୍କୁ କହୁଛନ୍ତି ଯେ ପୁଲିସ୍‌ ତଦନ୍ତ ଯୋଗୁ ସେମାନଙ୍କୁ କୌଣସି କାମ ମିଳୁନି।

ସେମାନେ ଦୈନନ୍ଦିନ ଚାହିଦା ମେଣ୍ଟାଇବାକୁ ମଧ୍ୟ ଆର୍ଥିକ ସ୍ତରରେ ସକ୍ଷମ ହୋଇ ପାରୁ ନଥିବା ଖବର ସାମ୍ନାକୁ ଆସିଥିଲା। ଏହି ଖବର ମିଳିବା ପରେ ଉତ୍ତର ପ୍ରଦେଶ ନବନିର୍ମାଣ ସେନା ସଭାପତି ଅମିତ ଜୈନ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କୁ ଅମିତ ଜୈନ ତାଙ୍କ ଫିଲ୍ମ ପ୍ରଡକ୍ସନ ହାଉସ ଜୈନ ଫାୟାରଫକ୍ସରେ କାମ କରିବାକୁ ଅଫର ଦେଇଛନ୍ତି।

Seema-Sachin Love Story Seema Haider
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe