Advertisment

ନଟୀ ମହନ୍ତ: ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ

ଶାଖାପଟନମରେ ଥିବା ଗୋଟିଏ ଆଶ୍ରମରୁ ଜଣେ ନାବାଳିକା ହଠାତ୍‌ ନିଖୋଜ ହୋଇଯାଇଥିଲେ।

author-image
Hemant Lenka
seer

seer

ଆଶ୍ରମରେ ମହନ୍ତଙ୍କ ନଟୀଷ୍ଟୋରୀ। ଆଶ୍ରମ ଭିତରେ ଚଳାଇଥିଲେ କୁକର୍ମ। ଆଶ୍ରମରେ ନାବାଳିକାଙ୍କୁ ବାରମ୍ବାର ଯୌନ ଉତ୍ପୀଡ଼ନ ଦେବା ସହ ମହନ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ପ୍ରଦେଶରୁ ଏପରି ଖବର ସାମ୍ନାକୁ ଆସିଛି। ବିଶାଖାପଟନମରେ ଥିବା ଗୋଟିଏ ଆଶ୍ରମରୁ ଜଣେ ନାବାଳିକା ହଠାତ୍‌ ନିଖୋଜ ହୋଇଯାଇଥିଲେ।

Advertisment

ସେ ଦିଶା ପୁଲିସ୍‌ ଷ୍ଟେସନରେ ପହଞ୍ଚି ସ୍ୱାମୀ ପୂର୍ଣ୍ଣାନନ୍ଦ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସ୍ୱାମୀ ପୂର୍ଣ୍ଣାନନ୍ଦ ତାଙ୍କୁ ବାରମ୍ବାର ଯୌନ ଉତ୍ପୀଡ଼ନ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ସେ ପୁଲିସ୍‌କୁ କହିଥିବା ଏସିପି ବିବେକାନନ୍ଦ ସୂଚନା ଦେଇଛନ୍ତି।

ନାବାଳିକା ଜଣଙ୍କ ୨୦୧୬ରୁ ଉକ୍ତ ଆଶ୍ରମରେ ରହୁଥିଲେ। ସେ ଚଳିତ ବର୍ଷ ଜୁନ ୧୩ରେ ହଠାତ୍‌ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ। ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଜୁନ ୧୩ରେ ଗୋଟିଏ ନିଖୋଜ ମାମଲା ରୁଜୁ କରିଥିଲା। ଏବେ ନାବାଳିକା ଜଣଙ୍କ ପୁଲିସ୍‌ ପାଖରେ ପହଞ୍ଚି ଆଶ୍ରମରେ ସ୍ୱାମୀ ପୂର୍ଣ୍ଣାନନ୍ଦ ତାଙ୍କ ସହ କ’ଣ ସବୁ କରିଥିଲେ, ସେକଥା କହିଛନ୍ତି।

Advertisment

ଆନ୍ଧ୍ର ପ୍ରଦେଶ ପୁଲିସ୍‌ କହିଛି ଯେ ୨୦୧୨ରେ ଆଉ ଜଣେ ନାବାଳିକା ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏବେ ଏହାର ଶୁଣାଣି ଚାଲିଛି। ଦୁଷ୍କର୍ମ ମାମଲା ଚାଲିଥିବା ବେଳେ ଛୋଟ ପିଲାଙ୍କୁ କେମିତି ଆଶ୍ରମରେ ଭିତରେ ରହିବାକୁ କେମିତି ଅନୁମତି ମିଳିଥିଲା, ସେକଥା ସ୍ପଷ୍ଟ ହୋଇନି। ଆଶ୍ରମ ପାଖରେ ଲାଇସେନ୍ସ ଥିଲା କି ନାହିଁ, ତା’ର ଯାଞ୍ଚ କରାଯାଉଛି। ଆଶ୍ରମରେ ମୋଟ ୧୨ ଜଣ ପିଲା ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳିକା।

ଏହି ୪ ନାବାଳିକାଙ୍କ ମଧ୍ୟରେ ଜଣେ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୬୪ ବର୍ଷୀୟ ସ୍ୱାମୀ ପୂର୍ଣ୍ଣାନନ୍ଦ ଅବିବାହିତ। ତାଙ୍କ ପାଖରେ ବିଇଡି ଓ ଲ ଡିଗ୍ରୀ ରହିଛି। ସେ ଆଶ୍ରମର ମହନ୍ତ ଥିଲେ ହେଁ ବିଭିନ୍ନ ଅନୈତିକ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇଛି।

ତାଙ୍କ ନାଁରେ ଜମି ବିବାଦ ଠାରୁ ଆରମ୍ଭ କରି ଏକାଧିକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ୯.୫ ଏକର ଜମିରେ ଥିବା ଆଶ୍ରମଟି ମଧ୍ୟ ବିବାଦୀୟ ସ୍ଥିତିରେ ଅଛି। ଜମି ଉପରେ ନଜର ପକାଇଥିବା ଲୋକମାନେ ହିଁ ତାଙ୍କ ନାଁରେ ଏପରି ଅମୂଳ ମାମଲା ସବୁ କରୁଥିବାର ସ୍ୱାମୀ ପୂର୍ଣ୍ଣାନନ୍ଦ ସଫେଇ ଦେଇଛନ୍ତି।

Andhra Pradesh Stop Rape