Advertisment

Maharashtra Politics: ମା’ଙ୍କ ଅନ୍ତିମ ସଂସ୍କାର କରୁଥିବା ବେଳେ ଶ୍ମଶାନ ଘାଟରେ ମିଳିଲା ଦଳୀୟ ଟିକେଟ, ଆଉ ତା’ପରେ...

ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ଯୋଗେଶଙ୍କୁ ନାଗପୁର ପୌର ନିଗମର ୱାର୍ଡ ନମ୍ବର ୫ରୁ ପ୍ରାର୍ଥୀ କରାଯାଇଛି। ସେହିପରି ତାଙ୍କ ଝିଅ କ୍ରିତିକା ୱାର୍ଡ ନମ୍ବର ୮ରୁ ଲଢ଼ିବାକୁ ଟିକେଟ ପାଇଛନ୍ତି।

ଅଦ୍ୟତନ ହୋଇଛି
shiv-sena

ଯୋଗେଶ

Advertisment

ମହାରାଷ୍ଟ୍ର ରାଜନୀତି(Maharashtra Politics)ରେ ଘଟିଛି ଗୋଟିଏ ରୋଚକ ଘଟଣା। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ୨୯ ନଗର ନିଗମ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ମିଳିଛି ଅଜବ ଦୃଶ୍ୟ। ଶ୍ମଶାନ ଘାଟରେ ମା’ଙ୍କ ଅନ୍ତିମ ସଂସ୍କାର କରୁଥିବା ବେଳେ ଶିବସେନା(ଏକନାଥ ସିନ୍ଦେ)ର ଜଣେ ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ମିଳିଛି ଦଳୀୟ ଟିକେଟ।

Advertisment

ଦଳୀୟ ନେତେମାନେ କାର ଯୋଗେ ଶ୍ମଶାନ ଘାଟରେ ପହଞ୍ଚି ନାମାଙ୍କନ ଦାଖଲ ପାଇଁ ଆବଶ୍ୟକ କାଜଗତପତ୍ର ତାଙ୍କୁ ହସ୍ତାନ୍ତର କରିଛନ୍ତି। ଯୋଗେଶ ଗୋନ୍ନାଡେ ଶ୍ମଶାନ ଘାଟରେ ନିଜର ମା’ଙ୍କୁ ଅନ୍ତିମ ବିଦାୟ ଜଣାଉଥିବା ବେଳେ ତାଙ୍କୁ ଏବି ଫର୍ମ ବା ଦଳୀୟ ଚିହ୍ନରେ ଲଢ଼ିବାକୁ ଅନୁମତି ପତ୍ର ମିଳିଛି।

ସେ ନାଗପୁର ପୌର ନିଗମ ନିର୍ବାଚନ ଲଢ଼ିବାକୁ ଦଳ ପକ୍ଷରୁ ଅନୁମତି ପାଇଛନ୍ତି। ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୩୦ ଦିନ ୩ଟା ଯାଏ ରହିଥିଲା। ଯୋଗେଶ ନାମାଙ୍କନ ଭରିବାକୁ ଚାହୁଁଥିବା ବେଳେ ତାଙ୍କୁ ଟିକେଟ ମିଳି ନଥିଲା। ଏସବୁ ଭିତରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇ ଯାଇଥିଲା। 

Advertisment

ଏପରି ସ୍ଥିତିରେ ସେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନ ଘାଟକୁ ଯାଇଥିଲେ। ଏପଟେ ଯୋଗେଶଙ୍କୁ ଶେଷ ମୁହୂର୍ତ୍ତରେ ଟିକେଟ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲା ଦଳ। ନାମାଙ୍କନ ଦାଖଲର ସମୟ ଦିନ ୩ଟା ଥିବାରୁ ଦଳୀୟ ନେତାମାନେ ତାଙ୍କୁ ଟିକେଟ ଦେବାକୁ ସିଧା କାର ଯୋଗେ ଶ୍ମଶାନ ଘାଟରେ ପହଞ୍ଚିଥିଲେ।

ସେଠାରେ ଯୋଗେଶ ମା’ଙ୍କୁ ଅନ୍ତିମ ବିଦାୟ ଜଣାଉଥିବା ବେଳେ ଦଳୀୟ ନେତାମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଆବଶ୍ୟକ ଏବି ଫର୍ମ ନେଇଥିଲେ। ସେ ଏହାକୁ ପାଇବା ପରେ ବେଶ ଭାବପ୍ରବଣ ମଧ୍ୟ ହୋଇ ଯାଇଥିଲେ। ଏହାପରେ ସେ ଶ୍ମଶାନ ଘାଟରୁ ସିଧା ନାମାଙ୍କନ ଭରିବାକୁ ଯାଇଥିଲେ। ଧାର୍ଯ୍ୟ ସମୟର କିଛି ମିନିଟ ପୂର୍ବରୁ ସେ ନାମାଙ୍କନ ମଧ୍ୟ କରିଥିଲେ। 

ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ଯୋଗେଶଙ୍କୁ ନାଗପୁର ପୌର ନିଗମର ୱାର୍ଡ ନମ୍ବର ୫ରୁ ପ୍ରାର୍ଥୀ କରାଯାଇଛି। ସେହିପରି ତାଙ୍କ ଝିଅ କ୍ରିତିକା ୱାର୍ଡ ନମ୍ବର ୮ରୁ ଲଢ଼ିବାକୁ ଟିକେଟ ପାଇଛନ୍ତି। 

Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe