Advertisment

ଶିବସେନା ପରେ ଏନସପି ଦି’ ଫାଳ, ଏବେ କଂଗ୍ରେସ ପାଳି!

ମହା ବିକାଶ ଅଘାଡ଼ିରେ ଥିବା କଂଗ୍ରେସ ଏକମାତ୍ର ଦଳ ଭାବେ ଏଯାଏ ଅକ୍ଷୁର୍ଣ୍ଣ ରହିଛି। କିନ୍ତୁ ଶିବସେନା ଓ ଏନସିପି ପରେ କଂଗ୍ରେସ ଯେ ବିଭାଜନ ରାସ୍ତାରେ ନ ଯିବ, ତା’ର ଗ୍ୟାରେଣ୍ଟୀ ମଧ୍ୟ ନାହିଁ।

Congress

Congress

Advertisment

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଗତବର୍ଷ ସରକାରରେ ଥିବା ଶିବସେନା ଦି’ ଭାଗ ହୋଇଥିବା ବେଳେ ରବିବାର ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଏନସିପି ସମ ଦଶା ଭୋଗିଛି। ଶବିସେନାର ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଅଲଗା ହୋଇଯାଇଥିଲେ। ଏବେ ଏନସିପିରେ ବିଭାଜନ ଯୋଗୁ ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

Advertisment

କିନ୍ତୁ ମହା ବିକାଶ ଅଘାଡ଼ିରେ ଥିବା କଂଗ୍ରେସ ଏକମାତ୍ର ଦଳ ଭାବେ ଏଯାଏ ଅକ୍ଷୁର୍ଣ୍ଣ ରହିଛି। କିନ୍ତୁ ଶିବସେନା ଓ ଏନସିପି ପରେ କଂଗ୍ରେସ ଯେ ବିଭାଜନ ରାସ୍ତାରେ ନ ଯିବ, ତା’ର ଗ୍ୟାରେଣ୍ଟୀ ମଧ୍ୟ ନାହିଁ।

ଏସବୁ ଭିତରେ ବିଜେପି ସୂତ୍ରରୁ ବଡ଼ ଖବର ସାମ୍ନାକୁ ଆସିଛି। ଶିବସେନା ଓ ଏନସିପି ଭଳି ମହାରାଷ୍ଟ୍ରରେ କଂଗ୍ରେସ ମଧ୍ୟ ବିଭାଜନ ରାସ୍ତାରେ ଯିବ ବୋଲି ବିଜେପି ସୂତ୍ରରେ ଦାବି କରାଯାଇଛି। ଏହି ସୂତ୍ରରେ କୁହାଯାଇଛି ଯେ କଂଗ୍ରେସର ଦୁଇ ବରିଷ୍ଠ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଦଳକୁ ବିଭାଜନ କରିବା ପାଇଁ ଆଲୋଚନା ଚାଲିଛି। ଖୁବଶୀଘ୍ର ଅନେକ ବିଧାୟକ ମହାରାଷ୍ଟ୍ରରେ ବିଜେପି ଗଠନ କରିଥିବା ସରକାରରେ ସାମିଲ ହେବେ ବୋଲି ଏଥିରେ ଦାବି କରାଯାଇଛି।

Advertisment

ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗନତିୱାର ଦାବି କରିଛନ୍ତି ଯେ “କେବଳ କଂଗ୍ରେସ ନୁହେଁ, ଅନେକ ଦଳର ନେତା ସେମାନଙ୍କ ହାଇକମାଣ୍ଡଙ୍କ ଉପରେ ଖୁସି ନାହାନ୍ତି। ବିଭିନ୍ନ ଦଳର ନେତୃବୃନ୍ଦ ନିଜ ସ୍ୱାର୍ଥ କଥା ଚିନ୍ତା କରୁଥିବାରୁ ଦଳୀୟ ନେତାମାନେ ବିଜେପି ସହ ସାମିଲ ହେବାକୁ ଚାହୁଁଛନ୍ତି।

ବିଭିନ୍ନ ଦଳର ନେତୃବୃନ୍ଦ ଦେଶର ପ୍ରଗତିରେ ବାଧା ସାଜୁଛନ୍ତି। ଚାଇନା ଓ ପାକିସ୍ତାନ ଭଳି ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାହୁଁ ନାହାନ୍ତି। ଏକଥା ଦଳର ଅନେକ ବରିଷ୍ଠ ନେତା ଓ ବିଧାୟକମାନେ ବୁଝି ସାରିଛନ୍ତି। ତେଣୁ ସେମାନେ ଦଳ ବଦଳ କରିବା ମୁଡରେ ରହିଛନ୍ତି।”

ଶିବସେନା ଓ ଏନସିପିରେ ବିଭାଜନ ପରେ କଂଗ୍ରେସ ବିରୋଧୀ ଗୋଷ୍ଠୀର ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଦଳର ଆଖି ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପଦ ଉପରେ ରହିଛି। ଏସବୁ ଭିତରେ କଂଗ୍ରେସରେ ମଧ୍ୟ ବିଦ୍ରୋହ ହେବାର ଆଶଙ୍କା ଥିବା ଖବର ସାମ୍ନାକୁ ଆସିଛି। କିନ୍ତୁ ଏହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି।

ମହା ବିକାଶ ଅଘାଡ଼ିରେ କଂଗ୍ରେସ ଏକମାତ୍ର ଦଳ ଯାହାର ୪୫ ବିଧାୟକ ଏଯାଏ ଏକାଠି ରହିଛନ୍ତି। ଏ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ କହିଛନ୍ତି, ବିଜେପି ପୂର୍ବରୁ ଅନେକ ଥର କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କିନ୍ତୁ ଦୁଇ ତୃତୀୟାଂଶର ସଂଖ୍ୟା ହେଉଛି ୩୦ ବିଧାୟକ। ‌

ଏତେ ସଂଖ୍ୟକ ବିଧାୟକଙ୍କୁ ନିଜ ସହ ସାମିଲ କରିବା ସହଜ ନୁହେଁ। ଜଣେ କି ଦୁଇ ଜଣ ବିଦ୍ରୋହ କରି ପାରନ୍ତି। ହେଲେ କଂଗ୍ରେସକୁ ବିଭାଜନ କରିବା ଆଦୌ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ତେବେ ଅଜିତ ପାୱାରଙ୍କ ବିଦ୍ରୋହ ପରେ କଂଗ୍ରେସ ଆଲର୍ଟ ମୋଡକୁ ଚାଲି ଆସିଛି। ଆଜି ସକାଳେ ଦଳର ବିଧାୟକଙ୍କୁ ନେଇ ଗୋଟିଏ ବୈଠକ ବସିଥିଲା। ବୈଠକରେ ସବୁ କଂଗ୍ରେସ ବିଧାୟକଙ୍କୁ ଏକାଠି ରହିବାକୁ ପରାମର୍ଶ ଦିଆଯାଇଛି।

Congress Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe