Advertisment

ପ୍ରକୃତ ଶିବ ସେନା କିଏ? ସୁପ୍ରିମକୋର୍ଟ ଗଲେ ଉଦ୍ଧବ

ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାରଓ୍ୱେକର ଶୁଣାଇଥିବା ନିଷ୍ପତ୍ତିକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
uddhav thackeray vs eknath shinde

uddhav thackeray vs eknath shinde

ତେଜିବାରେ ଲାଗି ସେନା ବନାମ ସେନା ବିବାଦ। ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବ ସେନାର ମାନ୍ୟତା ମିଳିବା ପରେ ରାଗି ଯାଇଛନ୍ତି ଉଦ୍ଧବ ଠାକରେ। ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକୃତ ଶିବ ସେନା କିଏ? ଏହାକୁ ନେଇ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାରଓ୍ୱେକର ଦେଇଥିବା ନିଷ୍ପତ୍ତିକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ଦଳରେ ବିଦ୍ରୋହ କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନକୁ ବାଚସ୍ପିତି ପ୍ରତ୍ୟାଖ୍ୟାନ କରିଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ମଧ୍ୟ ଉଦ୍ଧବ ଠାକରେ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ନିଜ ଆବେଦନରେ କହିଛନ୍ତି, ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଭୁଲ ଅଟେ। ଏକନାଥ ସିନ୍ଦେଙ୍କ ଦଳ ପାଖରେ ଅଧିକ ସଂଖ୍ୟକ ବିଧାୟକ ଅଛନ୍ତି। ଦଳର ସମ୍ବିଧାନ ଅନୁଯାୟୀ ଏକନାଥ ସିନ୍ଦେ ହେଉଛନ୍ତି ଶିବ ସେନାର ପ୍ରକୃତ ନେତା।'

ବାଚସ୍ପତି ଯେଉଁ ଆଦେଶ ଦେଇଛନ୍ତି, ତାହା ଗଣତନ୍ତ୍ରର ହତ୍ୟା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଅପମାନ କରାଯାଇଛି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାଜ୍ୟପାଳ ତାଙ୍କ ପଦର ଅପବ୍ୟବହାର କରିଛନ୍ତି ଏବଂ ଭୁଲ କରିଛନ୍ତି। ବର୍ତ୍ତମାନ ଆମେ ଏହି ଯୁଦ୍ଧକୁ ଜାରି ରଖିବୁ ଏବଂ ସୁପ୍ରିମକୋର୍ଟଙ୍କ ପ୍ରତି ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସୁପ୍ରିମକୋର୍ଟ ଜନସାଧାରଣ ତଥା ଶିବ ସେନାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଦେବେ ବୋଲି ଉଦ୍ଧବ କହିଛନ୍ତି। 

Advertisment

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାରୱେକର ଶିବସେନାର ଦୁଇ ଗୋଷ୍ଠୀ କରିଥିବା ଆବେଦନର ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସେ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ। ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବିଦ୍ରୋହ ଘୋଷଣା କରିଥିବା ସିନ୍ଦେ ଆଣ୍ଡ କୋ'କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଥିଲେ। ସିନ୍ଦେ ଗୋଷ୍ଠୀଙ୍କୁ ବାଚସ୍ପତି ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ ହେଁ ଉଦ୍ଧବ ସେନାର ଜଣେ ହେଲେ ବି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ନାହାନ୍ତି।

ଗତ ବର୍ଷ ଜୁନ୍ ମାସରେ, ଶିବସେନାର ନିର୍ବାଚିତ ୧୬ ଜଣ ବିଧାୟକ ବିଦ୍ରୋହ କରି ଏକନାଥ ସିନ୍ଦେ ଦଳରେ ଯୋଗ ଦେଇଥିଲେ। ପରେ ଏକନାଥ ସିନ୍ଦେ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ।

Supreme Court Shiv Sena Udhav Thackray