Advertisment

ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।

Bangladesh

Bangladesh

Advertisment

ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ବାଂଲାଦେଶ ସରକାର ଭାରତକୁ ଶେଖ ହସିନାଙ୍କୁ ତୁରନ୍ତ ଢାକା ପଠାଇବାକୁ କହିଛନ୍ତି। ୭୭ ବର୍ଷୀୟ ଶେଖ ହସିନା ବାଂଲାଦେଶରେ ଅଗଷ୍ଟ ମାସରେ ହୋଇଥିବା ଭୟଙ୍କର ବିକ୍ଷୋଭ ଦେଖି ଦେଶ ଛାଡ଼ି ଦେଇଥିଲେ।

Advertisment

ସେ ଅଗଷ୍ଟ ୫ରୁ ଭାରତର କୌଣସି ସେଫ ହାଉସରେ ଆତ୍ମଗୋପନ କରିଛନ୍ତି। ତେଣୁ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ କହିଛନ୍ତି। 

ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।

Advertisment

ଅନ୍ତରୀଣ ସରକାରରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ଭାବେ କାମ କରୁଥିବା ତୋହିଦ ହୁସେନ କହିଛନ୍ତି, “ଆମେ ବିଧିବଦ୍ଧ ଭାବେ ଭାରତ ସରକାରଙ୍କ ପାଖକୁ କୂଟନୀତିକ ସ୍ତରରେ ଗୋଟିଏ ଚିଠି ଲେଖିଛୁ। ନ୍ୟାୟିକ ପ୍ରକ୍ରିୟା ପାଇଁ ବାଂଲାଦେଶ ଶେଖ ହସିନାଙ୍କୁ ଚାହୁଁଥିବା ଆମେ କହୁଛୁ। ତେଣୁ ଭାରତ ସରକାର ତୁରନ୍ତ ହସିନାଙ୍କୁ ବାଂଲାଦେଶକୁ ପଠାଇନ୍ତୁ।”

ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ଜାହାଙ୍ଗିର ଆଲାମ କହିଥିଲେ ଯେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖି ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ କହିଥିଲେ। ସେ କହିଥିଲେ, “ହସିନାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ଆମେ ଚିଠି କରି ସାରିଛୁ। ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।”

Sheikh Hasina Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe