Advertisment

ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତାଙ୍କ ବୟାନ; କହିଲେ- ତୃଣମୂଳ କଂଗ୍ରେସ ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ

ଗୋଟିଏ ପଟରେ ଅଧୀର ରଞ୍ଜନ ଚୌଧୁରୀ ତୃଣମୂଳ କଂଗ୍ରେସକୁ ବିଜେପିର ସହଯୋଗୀ ଦଳ କହୁଥିବା ବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅଧୀର ରଞ୍ଜନ ଚୌଧୁରୀ ହେଉଛନ୍ତି ପଶ୍ଚିମବଙ୍ଗରେ ବିଜେପିର ସ୍ୱର।

Adhir Ranjan Chaudhury

Adhir Ranjan Chaudhury

Advertisment

ପଶ୍ଚିମବଙ୍ଗରେ ଏକ ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଅପେକ୍ଷା ବିଜେପିକୁ ଭୋଟ୍ ଦେଲେ ଭଲ। ଅଧୀର ରଞ୍ଜନଙ୍କ ଏହି ମନ୍ତବ୍ୟ ଥିବା ଭିଡିଓକୁ ବିଜେପି ପକ୍ଷରୁ ମଧ୍ୟ ଶେଆର କରାଯାଇଛି।

Advertisment

ଉକ୍ତ ରାଲିରେ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, କଂଗ୍ରେସ ଓ ବାମ ଦଳ ନିହାତି ଭାବେ ନିର୍ବାଚନ ଜିତିବା ଆବଶ୍ୟକ। ଯଦି ସେମାନେ ନ ଜିତିବେ, ତା’ହେଲେ ଧର୍ମନିରପେକ୍ଷତା ବିପଦରେ ପଡ଼ିଯିବ। ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅର୍ଥ ବିଜେପିକୁ ଭୋଟ୍ ଦେବା। ତେଣୁ ସବୁଠୁ ଭଲ କେବଳ ବିଜେପିକୁ ଭୋଟ୍ ଦେବା। ବିଜେପିକୁ ଭୋଟ୍ ଦିଅନ୍ତୁ ନାହିଁ। ସେହିପରି ତୃଣମୂଳ କଂଗ୍ରେସକୁ ଭୋଟ୍ ଦିଅନ୍ତୁ ନାହିଁ। ତୃଣମୂଳ କଂଗ୍ରେସ ସପକ୍ଷରେ ପଡୁଥିବା ପ୍ରତ୍ୟେକଟି ଭୋଟ୍ ପଶ୍ଚିମବଙ୍ଗ ପାଇଁ ବିପଦ।

ଗୋଟିଏ ପଟରେ ଅଧୀର ରଞ୍ଜନ ଚୌଧୁରୀ ତୃଣମୂଳ କଂଗ୍ରେସକୁ ବିଜେପିର ସହଯୋଗୀ ଦଳ କହୁଥିବା ବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅଧୀର ରଞ୍ଜନ ଚୌଧୁରୀ ହେଉଛନ୍ତି ପଶ୍ଚିମବଙ୍ଗରେ ବିଜେପିର ସ୍ୱର। ସେ ବିଜେପିର ବି-ଟିମ୍।

Advertisment

ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସେ ଭିଡିଓଟିକୁ ଦେଖି ନାହାନ୍ତି। ସେହିଭଳି କେଉଁ ସନ୍ଦର୍ଭରେ ସେ (ଅଧୀର ରଞ୍ଜନ ଚୌଧୁରୀ) ଏଭଳି କଥା କହିଛନ୍ତି, ତାହା ବି ସେ ଜାଣି ନାହାନ୍ତି। କିନ୍ତୁ ସେ ଏହା ସ୍ପଷ୍ଟ କରି ଦେବାକୁ ଚାହାଁନ୍ତି ଯେ କଂଗ୍ରେସର କେବଳ ଗୋଟିଏ ଲକ୍ଷ୍ୟ ରହିଛି। ତାହା ହେଉଛି- ୨୦୧୯ ଅପେକ୍ଷା ଏଥର ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟାକୁ ଅପେକ୍ଷାକୃତ ହ୍ରାସ କରାଇବା।

ଜୟରାମ ରମେଶ ଆହୁରି କହିଛନ୍ତି ଯେ କଂଗ୍ରେସ ଓ ବାମ ଦଳଗୁଡ଼ିକ ଇଣ୍ଡି ମେଣ୍ଟରେ ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଟିଏମ୍‌ସି ଏହି ମେଣ୍ଟର ଏକ ଅଂଶ।

ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇନାହିଁ। ଏଠାରେ ଆସନ ବୁଝାମଣା ପାଇଁ ତୃଣମୂଳ କଂଗ୍ରେସ ରୋକଠୋକ ମନା କରି ଦେଇଥିଲା। 

Bjp Congress TMC Adhir Ranjan Chaudhary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe