Advertisment

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି

ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ ରେସ୍‌ରେ ଥିଲେ ଭେଟରାନ କଂଗ୍ରେସ ଲିଡର ବିରପ୍ପା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଧରାଇଦେଲା ଟିକେଟ ।

author-image
Niharika Rout
Veerappa Moily

Veerappa Moily

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ଣ୍ଣାଟକାର ଚିକ୍କୱଲାପୁର ଲୋକସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ ରେସ୍‌ରେ ଥିଲେ ଭେଟରାନ କଂଗ୍ରେସ ଲିଡର ବିରପ୍ପା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଧରାଇଦେଲା ଟିକେଟ । ଏଥିରେ ଭାଙ୍ଗି ପଡ଼ିଥିବା ମୋଇଲି ଆଉ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । ମାତ୍ର ଜଣେ ସାଧାରଣ କଂଗ୍ରେସ କର୍ମୀ ହିସାବରେ ରମେୟାଙ୍କ ନିମନ୍ତେ ପ୍ରଚାର କରିବେ ବୋଲି ସେ ଘୋଷଣା କରିଛନ୍ତି।

ବିରପ୍ପା ମୋଇଲି ୧୯୯୨ ମସିହା ନଭେମ୍ବରରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏହାବାଦ UPA ସରକାରରେ ସେ ପେଟ୍ରୋଲିୟମ ମନ୍ତ୍ରୀ ପଦରେ ମଧ୍ୟ ଆସିନ ହୋଇଥିଲେ।

Advertisment

ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନର କଠିନ ବ୍ରତ ରଖିଥିଲେ। ଏହି ସମୟରେ ସେ ପଇଡ ପାଣି ପିଇ ବ୍ରତ ରଖିଥିବା ସୂଚନା ଦେଇଥିଲେ। ମାତ୍ର ମୋଦି ସତରେ ଏପରି କରିଥିଲେ ଏହା କୌଣସି ଚମତ୍କାରଠୁ କମ୍‌ ନୁହେଁ ବୋଲି ବିବାଦୀୟ ବୟାନ ଦେଇଥିଲେ ମୋଇଲି। କାରଣ ଏପରି ବ୍ରତ ରଖି ଜୀବୀତ ରହିବା କଷ୍ଟସାଧ୍ୟ ବୋଲି ଜଣେ ଡାକ୍ତର କହିଥିବା ସୂଚନା ଦେଇଥିଲେ ମୋଇଲି। ତେଣୁ ବିନା ବ୍ରତରେ ରାମ ଲଲାଙ୍କ ଗର୍ଭଗୃହରେ ସେ ପ୍ରବେଶ କରିଥିଲେ ତାହା ଅପବିତ୍ର  ହୋଇ ଯାଇଥିବ ବୋଲି କହିଥିଲେ ମୋଇଲି । ଏହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା।

Congress