Advertisment

ଦୁଇ ବନ୍ଧୁଙ୍କ ସହ ରାତ୍ର ଭୋଜନ ପରେ ହଠାତ୍‌ ଟଳି ପଡ଼ିଲେ ଆଇଏଏସ ଅଫିସର

ଡିନର ଶେଷ କରିବାର କିଛି ମିନିଟ ପରେ ହୋଟେଲ ଭିତରେ ହିଁ ଟଳି ପଡ଼ିଛନ୍ତି ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର।

IAS

IAS

Advertisment

ସବୁ କିଛି ଠିକ ଠାକ ଥିଲା। ହୋଟେଲ ଯାଇ ଦୁଇ ଜଣ ବନ୍ଧୁଙ୍କ ସହ ଡିନର ମଧ୍ୟ କଲେ। ହସଖୁସିରେ କଥାବାର୍ତ୍ତା ମଧ୍ୟ କରୁଥିଲେ। ହେଲେ ହଠାତ୍‌ ଘଟିଛି ଅଘଟଣ। ଡିନର ଶେଷ କରିବାର କିଛି ମିନିଟ ପରେ ହୋଟେଲ ଭିତରେ ହିଁ ଟଳି ପଡ଼ିଛନ୍ତି ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର। ହଠାତ୍‌ ପ୍ରାଣ ହରାଇଥିବା ଏହି ୫୭ ବର୍ଷୀୟ ଆଇଏଏସ ଅଫିସର ଜଣଙ୍କ ମହାରାଷ୍ଟ୍ର ପୂର୍ତ୍ତ ବିଭାଗର ସଚିବ ଭାବେ କାମ କରୁଥିଲେ। ତାଙ୍କ ଅକସ୍ମାତ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

Advertisment

ଆଇଏଏସ୍‌ ପ୍ରଶାନ୍ତ ଦତ୍ତାତ୍ରୟ ନାଭଘାରେ ରାତ୍ର ଭୋଜନ କରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାର କିଛି ମିନିଟ ପରେ ସେ ତଳେ ପଡ଼ି ଯାଇଥିଲେ। ହୋଟେଲ ଭିତରେ ଏହି ଘଟଣା ଘଟିଥିବା ବେଳେ ପ୍ରଶାନ୍ତଙ୍କୁ ତୁରନ୍ତ ସ୍ଥାନୀୟ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ। ତେବେ ହଠାତ୍‌ ମୃତ୍ୟୁ ପଛର କାରଣ ଜଣାପଡ଼ି ନଥିଲେ ହେଁ ହୃଦଘାତରେ ସେ ଆଖି ବୁଜିଥିବା କୁହାଯାଉଛି।

ଆଇଏଏସ୍‌ ପ୍ରଶାନ୍ତ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ସହ କାଲା ଘୋଡା ଅଞ୍ଚଳରେ ଥିବା ଗୋଟିଏ ହୋଟେଲକୁ ଆସିଥିଲେ। ତାଙ୍କର ଦୁଇ ବନ୍ଧୁ ମଧ୍ୟ ସଚିବ ପାହ୍ୟାର ଅଧିକାରୀ। ପ୍ରଶାନ୍ତଙ୍କ ଶବବ୍ୟବଚ୍ଛେଦ ଜେଜେ ହସ୍ପିଟାଲରେ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିଥିଲେ ମଧ୍ୟ ପୁଲିସ୍‌ ମୃତ୍ୟୁର କାରଣ ସ୍ପଷ୍ଟ କରିନି।

Advertisment

ସେହିପରି ଘଟଣାର ଅଧିକ ଯାଞ୍ଚ ପାଇଁ ତାଙ୍କ ଭିସେରାକୁ ସଂରକ୍ଷିତ କରି ରଖାଯାଇଛି। ହିଷ୍ଟୋପାଥୋଲଜି(ଟିସ୍ୟୁର ଯାଞ୍ଚ) ଓ ଅନ୍ୟ ମେଡିକାଲ ଟେଷ୍ଟର ରିପୋର୍ଟକୁ ପୁଲିସ୍‌ ଅପେକ୍ଷା କରିଛି। ମାତା ରାମାବାଈ ଆମ୍ବେଦକର ମାର୍ଗ ପୁଲିସ୍‌ ଷ୍ଟେସନରେ ଏନେଇ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି।

Sudden Heart Attack Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe