Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସହଯୋଗୀ ଅବତାର ଆଖି ବୁଜିଲା

ସୋମବାର ଅବତାର ହଠାତ ଅସୁସ୍ଥ ଅନୁଭବ କରିବାରୁ ତାକୁ ବର୍ମିଂହାମ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ସେ ରକ୍ତ କର୍କଟ ଭଳି ସାଂଘାତିକ ରୋଗରେ ପୀଡ଼ିତ ଥିବା କୁହାଯାଉଛି।

Avtar Singh

Avtar Singh

Advertisment

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ମୌଳବାଦୀ ବିଚାରଧାରା ରଖିଥିବା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଆଜି ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି।

Advertisment

ସୋମବାର ଅବତାର ହଠାତ ଅସୁସ୍ଥ ଅନୁଭବ କରିବାରୁ ତାକୁ ବର୍ମିଂହାମ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ସେ ରକ୍ତ କର୍କଟ ଭଳି ସାଂଘାତିକ ରୋଗରେ ପୀଡ଼ିତ ଥିବା କୁହାଯାଉଛି।

ପଞ୍ଜାବ ପୁଲିସ୍‌ ଅମ୍ରିତପାଲକୁ ଗିରଫ କରିବା ପାଇଁ ପୂରା ଦେଶରେ ଖୋଜୁ ଥିବା ବେଳେ ଲଣ୍ଡନରେ ଅବତାର ତା’ ସପକ୍ଷରେ ରାଲି କରିଥିଲା। ସେ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ନିଜ ସମର୍ଥକଙ୍କ ସହ ବିକ୍ଷୋଭର ନେତୃତ୍ୱ ନେଇଥିଲା।

Advertisment

ମାର୍ଚ୍ଚ ମାସରେ ହାଇକମିଶନରେ ଲାଗିଥିବା ବିଶାଳ ତ୍ରିରଙ୍ଗାକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ। ଏହା ପଛରେ ଅବତାର ସକ୍ରିୟ ଭୂମିକା ଗ୍ରହଣ କରିଥିଲା। 

ସୂଚନାଯୋଗ୍ୟ, ଅମ୍ରିତପାଲ ଦୀର୍ଘ ୩୫ ଦିନ କାଳ ପୁଲିସ୍‌କୁ ଚକମା ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲା। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ଏପ୍ରିଲ ୨୩ରେ ସେ ପଞ୍ଜାବର ମୋଗା ସ୍ଥିତ ଗୋଟିଏ ଗୁରୁଦ୍ୱାର ନିକଟରେ ଆତ୍ମସମର୍ପଣ କରିଥିଲା।

Khalistan Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe