ଅଜିତ ପାୱାର
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit pawar)ଙ୍କୁ ନେଇ ଯାଉଥିବା ବିମାନ ବୁଧବାର ସକାଳେ ବାରାମତୀରେ କ୍ରାଶ କରି ଯାଇଛି। ଲ୍ୟାଣ୍ଡ ପାଇଁ ଅନୁମତି ମିଳିବାର ଗୋଟିଏ ମିନିଟ ପରେ ହିଁ ରନୱେ ୧୧ ଠାରୁ ପ୍ରାୟ ୧୦୦ ଫୁଟ ଦୂରରେ ବିମାନଟି ଖସି ପଡ଼ିଥିଲା। ବିମାନ କ୍ରାଶ ହେବା ପୂର୍ବରୁ କ’ଣ ସବୁ ଘଟିଥିଲା, ସେହି ଶେଷ କିଛି ମିନିଟର ସୂଚନା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଇଛି।
ବାରମାତୀ ଏୟାରପୋର୍ଟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) କଥା ବୁଝୁଥିବା ଅଧିକାରୀଙ୍କ ସୂଚନା ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି।
ଅଜିତ ପାୱାରଙ୍କ ବିମାନ ସକାଳ ୮.୪୪ରେ କ୍ରାଶ କରିଥିଲା। ଏହାର ଗୋଟିଏ ମିନିଟ ପୂର୍ବରୁ ଏହାକୁ ରନୱେ ୧୧ରେ ଲ୍ୟାଣ୍ଡ କରିବାକୁ ଅନୁମତି ମିଳିଥିଲା।
ଲ୍ୟାଣ୍ଡିଂ ଅନୁମତି ଦିଆଯିବାର ଗୋଟିଏ ମିନିଟ ପରେ ହିଁ ଭୟଙ୍କର ବିସ୍ଫୋରଣ ଶବ୍ଦ ସହ ଆକାଶକୁ ନିଆଁ ପିଣ୍ଡୁଳା ଉଠିଥିଲା। ତୁରନ୍ତ ଏହା ଦେଖି ଉଦ୍ଧାରକାରୀ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଅଜିତ ପାୱାରଙ୍କ ସହ ବିମାନରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।
ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ ବାରାମତୀ ଗୋଟିଏ ଅନିୟନ୍ତ୍ରିତ ଏୟାରପୋର୍ଟ। ଏଠାରେ ଯାତାୟାତ ସମ୍ପର୍କିତ ସୂଚନା ଏୟାରପୋର୍ଟରେ କାର୍ଯ୍ୟରତ ଉଡ଼ାଣ ପ୍ରଶିକ୍ଷଣ ସଂଗଠନର ପ୍ରଶିକ୍ଷକ କିମ୍ବା ପାଇଲଟଙ୍କ ଦ୍ୱାରା ଦିଆଯାଇ ଥାଏ। ପୂର୍ଣ୍ଣ ବିକଶିତ ଏଟିଏସ ଏନେଇ କୌଣସି ସୂଚନା ଦେଇ ନଥାଏ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପବନ ଶାନ୍ତ ଥିଲା
ଅଧିକାରୀଙ୍କ କହିବା କଥା ଯେ ପଞ୍ଜିକୃତ ଭିଆଇ-ଏସଏସକେ ସକାଳ ୮.୧୮ରେ ବାରାମତୀ ସହ ଯୋଗାଯୋଗ କରିଥିଲେ। ଲକ୍ଷ୍ୟ ସ୍ଥଳ ଠାରୁ ବିମାନଟି ୫୬ କିମି ଦୂରରେ ଥିବା ବେଳେ ପୁଣିଥରେ ଯୋଗାଯୋଗ ହୋଇଥିଲା। ପାଇଲଟଙ୍କ ନିର୍ଦ୍ଦେଶରେ କ୍ରୁ ସ୍ଥାନୀୟ ପାଣିପାଗର ସମ୍ପର୍କରେ ତଥ୍ୟ ନେଇଥିଲା। କ୍ରୁଙ୍କୁ ସୂଚନା ମିଳିଥିଲା ଯେ ସ୍ଥାନୀୟ ଅଞ୍ଚଳରେ ପବନ ଶାନ୍ତ ରହିଛି ଓ ଭିଜିବିଲିଟୀ ପ୍ରାୟ ୩ ହଜାର ମିଟର ରହିଛି।
ଲ୍ୟାଣ୍ଡିଂର ପ୍ରଥମ ପ୍ରୟାସ: ରନୱେ ଦେଖାଯାଉନି
ପାଇଲଟ ଜଣଙ୍କ ରନୱେ ୧୧ରେ ପ୍ରଥମ ପ୍ରୟାସ ଲ୍ୟାଣ୍ଡିଂ ଉଦ୍ୟମ କରୁଥିବା ବେଳେ କ୍ରୁ ରିପୋର୍ଟ କରିଥିଲେ ଯେ ରନୱେ ଦେଖାଯାଉ ନାହିଁ। ଏଥିଯୋଗୁ ସେମାନେ ଲ୍ୟାଣ୍ଡିଂ କରି ନଥିଲେ ଓ ଆଉ ଗୋଟିଏ ରାଉଣ୍ଡ ବୁଲିବାକୁ ଚାହିଁଥିଲେ। ଗୋଟିଏ ରାଉଣ୍ଡ ବୁଲିବା ପରେ ସେମାନଙ୍କୁ ନିଜର ପୋଜିସନ ସମ୍ପର୍କରେ କହିବାକୁ ନିର୍ଦ୍ଦେଶ ମିଳିଥିଲା। ଏହି ସମୟରେ ବିମାନଟି ରନୱେ ୧୧ ଅଭିମୁଖେ ପୁଣି ଯାଉଥିବା କ୍ରୁ କହିଥିଲେ।
ଏହି ସମୟରେ ବାରାମତୀ ଏୟାରପୋର୍ଟର ରନୱେ ପରିଚାଳକଙ୍କ ପକ୍ଷରୁ କୁହାଯାଇଥିଲା ଯେ ରନୱେ ଦେଖାଗଲେ ରିପୋର୍ଟ କରିବେ। ପ୍ରାରମ୍ଭରିକ ପର୍ଯ୍ୟାୟରେ କ୍ରୁ ରନ ୱେ ଦେଖାଯାଉନି ଓ ଏହା ଦେଖାଗଲେ ଯୋଗାଯୋଗ କରିବେ ବୋଲି କହିଥିଲେ। କିଛି ସେକେଣ୍ଡ ପରେ ରନୱେ ଦେଖାଯାଉଥିବା କ୍ରୁ କହିଥିଲେ। ଏହାପରେ ବିମାନକୁ ୮.୪୩ରେ ୧୧ ନମ୍ବର ରନୱେରେ ଲ୍ୟାଣ୍ଡ କରିବାକୁ ଅନୁମତି ମିଳିଥିଲା।
କିନ୍ତୁ ଏହାର କୌଣସି ଜବାବ କ୍ରୁ ଦେଇ ନଥିଲେ। ଏହାର ଗୋଟିଏ ମିନିଟ ପରେ ଅର୍ଥାତ ୮.୪୪ ରନୱେ ୧୧ ଠାରୁ କିଛି ଦୂରରେ ବିସ୍ଫୋରଣ ହେବା ସହ ନିଆଁ ପିଣ୍ଡୁଳା ଉଠୁଥିବା ଦେଖିବାକୁ ମିଳିଥିଲା।
ଏହା ଦେଖି ଘଟଣା ସ୍ଥଳରୁ ଉଦ୍ଧାରକାରୀ ଟିମ ଯାଇ ଥିଲେ। ହେଲେ ରନୱେର ବାମ ପଟୁ ବିମାନ(Plane Crash)ର ଧ୍ୱଂସାବଶେଷ ମିଳିଥିଲା। ଏବେ ଘଟଣାର ତଦନ୍ତ ବିମାନ ଦୁର୍ଘଟଣାର ତନ୍ତକାରୀ ବ୍ୟୁରୋ ଆରମ୍ଭ କରିଥିବା ମନ୍ତ୍ରଣାଳୟ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/28/ajit123-2026-01-28-17-15-43.jpg)