Advertisment

'ସିରିଅଲ୍ ବ୍ରାଇଡ୍' ସାଜି ଏକାଧିକ ପୁରୁଷଙ୍କୁ କରୁଥିଲେ ବିବାହ, ଗିରଫ ପରେ HIV ଚିହ୍ନଟ

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିବାହ କରିଥିବା ପୁରୁଷଙ୍କ ମଧ୍ୟରୁ ତିନି ଜଣ ବି HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

HIV Testing kit

HIV Testing kit

Advertisment

ଉତ୍ତର ପ୍ରଦେଶର 'ସିରିଅଲ୍ ବ୍ରାଇଡ୍' ସାଜୁଥିବା ଜଣେ ମହିଳା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏହି ମହିଳା ଜଣକ ଏକାଧିକ ବ୍ୟକ୍ତିଙ୍କୁ ବିବାହ କରି ସେମାନଙ୍କଠାରୁ ମୂଲ୍ୟବାନ ଜିନିଷ ସହ ଟଙ୍କା ଲୁଟୁଥିଲେ। ନିକଟରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି।

Advertisment

ଉକ୍ତ ମହିଳା HIV ପଜିଟିଭ୍ ଥିବା ଜଣାପଡିଛି। ଏନେଇ ମୁଜାଫାରନଗର ଜେଲ୍ ସୁପରିଟେଣ୍ଡେଣ୍ଚ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି (ART) ଚାଲିଛି।

ସବୁଠୁ ବଡ଼ କଥା ହେଉଛି କି, ଏହି ଗ୍ୟାଙ୍ଗ୍ କେବଳ ଉତ୍ତର ପ୍ରଦେଶରେ ଚାଲିନଥିଲା, ଉତ୍ତରାଖଣ୍ଡକୁ ମଧ୍ୟ ଚେର ଲମ୍ବିଥିଲା। ମହିଳା ଜଣକ HIV ପଜିଟିଭ୍ ଚିହ୍ନଟ ହେବା ପରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ସଂସ୍ପର୍ଷରେ ଆସିଥିବା ଏକାଧିକ ବ୍ୟକ୍ତିଙ୍କ ନମୂନା ପରୀକ୍ଷା କରାଇଥିଲା, ଯେଉଁଥିରେ ତିନି ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

Advertisment

ଉଦହମ ସିଂହ ନଗର ସ୍ୱାସ୍ଥ୍ୟ ବିଭାଗ ଏକ ଏନଜିଓ ସହଯୋଗରେ କିଛି ପୁରୁଷମାନଙ୍କ ନମୂନା ପରୀକ୍ଷଣ କରିଥିଲା। ସେମାନେ ପଜିଟିଭ୍ ଚିିହ୍ନଟ ହେବା ପରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପରୀକ୍ଷା କରିବା ପାଇଁ ପ୍ରକ୍ରିୟା ଚାଲିଛି।

ପୁଲିସର କହିବା ଅନୁସାରେ, ଏହି ମହିଳା ଜଣକ ୨୦ ବର୍ଷ ବୟସରୁ ଏକ ଗ୍ୟାଙ୍ଗରେ ସାମିଲ୍ ହୋଇଥିଲେ, ଯେଉଁ ଗ୍ୟାଙ୍ଗ୍ ପୁରୁଷମାନଙ୍କୁ ବିବାହ ଓ ଶାରୀରିକ ସମ୍ପର୍କର ଫାସରେ ଫସାଇ ଲୁଟ୍ କରିଥାଏ। ମହିଳାଙ୍କ ସହ ତାଙ୍କ ମାଆ ମଧ୍ୟ ଏହି ଗ୍ୟାଙ୍ଗରେ ସାମିଲ ଥିରେ। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଗ୍ୟାଙ୍ଗ୍ ସକ୍ରିୟ ଥିଲା।

ଦୁଇ ରାଜ୍ୟରେ ଏନେଇ ଏକାଧିକ ମାମଲା ରୁଜୁ ହେବା ପରେ ନିକଟରେ ପୁଲିସ ଉକ୍ତ ମହିଳା ଓ ତାଙ୍କ ମାଆଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ କରାଯାଇଥିବା ଡାକ୍ତରୀ ପରୀକ୍ଷାରେ ମହିଳା ଜଣକ HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପଚରା ଉଚରା ସମୟରେ ସେ ପାଞ୍ଚ ଥର ବିବାହ କରିଥିବା କହିଛନ୍ତି, ଯେଉଁମାନଙ୍କ ମଧ୍ୟରେ HIV ଚିହ୍ନଟ ହୋଇଥିବା ଉତ୍ତରାଖଣ୍ଡର ତିନି ଜଣ ଯୁବକ ଅଛନ୍ତି। ତେବେ ପୁଲିସ ବିଭାଗକୁ ଆସିଥିବା ଏହି ମାମଲା ବର୍ତ୍ତମାନ ଦୁଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। 

Uttar Pradesh Uttarakhand UP Police HIV
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe