Advertisment

ରାହୁଲ ଗାନ୍ଧିଙ୍କୁ ଉପରକୋର୍ଟରୁ ମିଳିଲା ଜାମିନ୍

ଏକ ମାନହାନି ମାମଲାରେ ଗୁଜରାଟର ଏକ ତଳ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

author-image
Tapas Behera
ଅଦ୍ୟତନ ହୋଇଛି
undefined

Rahul Gandhi

ଏକ ମାନହାନି ମାମଲାରେ ଗୁଜରାଟର ଏକ ତଳ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ରାହୁଲ ଗାନ୍ଧି ଆଜି ସୁରଟର ସେସନ କୋର୍ଟରେ ଆବେଦନ କରିଥିଲେ। ସେସନ କୋର୍ଟ ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୁରଟର ଏକ ସେସନ କୋର୍ଟରେ ରାହୁଲଙ୍କ ଆବେଦନ ପରେ ଅଦାଲତ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଫଳରେ ରାହୁଲ ଗାନ୍ଧିଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି।

Advertisment

ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସେସନ କୋର୍ଟରେ ଆବେଦନ କରିଥିଲେ। ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା। ତଳ କୋର୍ଟ ପକ୍ଷରୁ ହୋଇଥିବା ଦୋଷୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା। ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯା‌ଇଥିଲା। ୨୦୧୯ରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ବିବୃତ୍ତି ଦେଇଥିଲେ। ରାହୁଲଙ୍କ ବୟାନକୁ ବିରୋଧରେ ବିଜେପି ନେତା ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ କୋର୍ଟ ତାଙ୍କୁ ୩୦ ଦିନ ଜାମିନ ଦେଇ ଉପରକୋର୍ଟରେ ଆବେଦନ କରିବାକୁ ସୁଯୋଗ ଦେଇଥିଲେ।

କାରା ଦଣ୍ଡାଦେଶକୁ ନେଇ ତାଙ୍କର ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଥିଲା। ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ରବିବାର ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଲୋକସଭା ସଦସ୍ୟ ପଦ ହରାଇବା ପରେ ରାହୁଲଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସଚିବାଳୟ ପକ୍ଷରୁ ନୋଟିସ ଦିଆଯାଇଥିଲା। ନୋଟିସ ଆଧାରରେ ରାହୁଲ ତାଙ୍କ ୧୨ ତୋଗଲୋକ ଲେନସ୍ଥିତ ବାସଭବନକୁ ଖାଲି କରି ଅନ୍ୟତ୍ର ଅବସ୍ଥାନ କରିଛନ୍ତି। ୨୦୦୫ରୁ ରାହୁଲ ଏହି ବାସଭବନରେ ରହିଆସୁଥିଲେ।

Advertisment
Rahul Gandhi