Advertisment

ସ୍କୁଲ୍ ପିଲାଙ୍କୁ ସୋଶାଲ୍ ମିଡିଆ ବାରଣ ହେବା ଦେଶ ପାଇଁ ଭଲ: କର୍ଣ୍ଣାଟକ ହାଇକୋର୍ଟ

କିଶୋରକିଶୋରୀ ବିଶେଷ କରି ସ୍କୁଲ୍ ପଢୁଥିବା ଛାତ୍ରଛାତ୍ରୀଙ୍କ ସୋଶାଲ୍ ମିଡିଆ ବ୍ୟବହାର ଉପରେ ଯଦି ପ୍ରତିବନ୍ଧକ ଲଗାଯାଏ ତେବେ ଏହା ଦେଶ ପାଇଁ ଭଲ ହେବ।

author-image
Debibandita Barick
ଅଦ୍ୟତନ ହୋଇଛି
Karnataka HC

Karnataka HC

ସମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ସମୟରେ ତର୍କ-ବିତର୍କ ହୁଏ। ବିଶେଷ କରି ଛୋଟ ପିଲାଙ୍କର ବ୍ୟବହାରକୁ କିପରି ରୋକାଯାଇ ପାରିବ ସେନେଇ ଅଧିକ ଚିନ୍ତା ଉପୁଜେ। ଏହାରି ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, କିଶୋରକିଶୋରୀ ବିଶେଷ କରି ସ୍କୁଲ୍ ପଢୁଥିବା ଛାତ୍ରଛାତ୍ରୀଙ୍କ ଶୋସାଲ୍ ମିଡିଆ ବ୍ୟବହାର ଉପରେ ଯଦି ପ୍ରତିବନ୍ଧକ ଲଗାଯାଏ ତେବେ ଏହା ଦେଶ ପାଇଁ ଭଲ ହେବ।

Advertisment

ଅଦାଲତ ଉପଦେଶ ଦେଇ କହିଛନ୍ତି, ସୋଶାଲ୍ ମିଡିଆ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରହିବା ଉଚିତ୍। ଏଥିପାଇଁ ସେମାନଙ୍କର ଭୋଟ୍ ଦେବା ଅଧିକାର ୧୮ କିମ୍ବା ୨୧ ରଖାଗଲେ ଭଲ। 

ଏକ୍ସ(ପୂର୍ବର ଟ୍ୱିଟର) ଦ୍ୱାରା ଆବେଦନ ହୋଇଥିବା ଏକ ମାମଲା ଉପରେ ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ଅଦାଲତ। ଜଷ୍ଟିସ୍ ଜି ନରେନ୍ଦ୍ର ଏବଂ ବିଜୟକୁମାର ଏ ପାଟିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସ୍କୁଲ୍ ଯାଉଥିବା ପିଲାମାନେ ସୋଶାଲ୍ ମିଡିଆର ନିଶାରେ ପଡ଼ିଯାଉଛନ୍ତି। ଯଦି ଏ ଉପରେ ପ୍ରତିବନ୍ଧକ ଲଗାଯାଆନ୍ତା ତେବେ ଦେଶ ପାଇଁ ଭଲ ହୁଅନ୍ତା। 

Advertisment

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, କୋର୍ଟ ଆହୁରି କହିଛନ୍ତି, ପିଲାମାନେ ୧୭ କିମ୍ବା ୧୮ ବର୍ଷର ହୋଇଯାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ଦେଶ ପାଇଁ କ'ଣ ହିତ କ'ଣ ଅହିତ ନିର୍ଣ୍ଣୟ ନେବାର ପରିକ୍ୱତା ଥାଏ କି? ତେଣୁ କେବଳ ସୋଶାଲ ମିଡିଆ ନୁହେଁ, ବରଂ ଇଣ୍ଟରନେଟ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି। ଶୋସାଲ ମିଡିଆ ବ୍ୟବହାର ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ବୟସ ସୀମା ସ୍ଥିର କରିବା ଉପରେ ବିଚାର କରିବା ଉଚିତ୍।

ମାମଲା ଅନୁସାରେ, ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ୱିଟର)ର କିଛି ଆକାଉଣ୍ଟ ଏବଂ ଟ୍ୱିଟକୁ ବ୍ଲକ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରାଯାଇ ଏକ୍ସ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। କର୍ଣ୍ଣାଟକ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି। ସୋଶାଲ ମିଡିଆ କମ୍ପାନୀର ଆବେଦନକୁ ଖାରଜ କରିବା ସହ ନିୟମ ପାଳନରେ ବିଳମ୍ବ କରିଥିବାରୁ ୫୦ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି। 

ଏହି ଶୁଣାଣି ସମୟରେ, କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କୋର୍ଟକୁ କହିଥିଲେ ଯେ, ବର୍ତ୍ତମାନ ଉପଭୋକ୍ତାମାନଙ୍କୁ କିଛି ଅନଲାଇନ୍ ଗେମ୍ ଆପରେ ଲଗ୍-ଇନ୍ କରିବା ପୂର୍ବରୁ ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଆବଶ୍ୟକ କରୁଛି। ଏପରି ନିୟମ ଶୁଣିବା ପରେ ଅଦାଲତ ଛୋଟ ପିଲାଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ଏପରି ନିୟମ କାହିଁକି ଆଣୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ। ଯଦି ସରକାର ଛୋଟ ପିଲାଙ୍କର ସୋଶାଲ ମିଡିଆ ବ୍ୟବହାର ଉପରେ ନିର୍ଦ୍ଦିଷ୍ଟ ବୟସ ସୀମା ଆଣିପାରିବେ ତେବେ ଏହା ଦେଶ ପାଇଁ ହିତକର ହେବ ବୋଲି କହିଛନ୍ତି ଅଦାଲତ। 

Karnataka High Court Social Media Use Karnataka High Court On Social Media Use Minimum Age For Social Media Use