Advertisment

ଆପକୁ ସୁପ୍ରିମକୋର୍ଟ ଝଟକା, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ନଭେମ୍ବର ୩୦ରେ ନରେଶ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ।

author-image
Hemant Lenka
Naresh kumar

Naresh kumar

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ ଏହାକୁ ଆପ୍ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ ହେଁ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି। ଏହାର ଅର୍ଥ ନରେଶ କୁମାର ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ଆଉ ୬ ମାସ କାର୍ଯ୍ୟ କରିବେ।

Advertisment

ନଭେମ୍ବର ୩୦ରେ ନରେଶ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ। ଏହାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା। କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ଆଲୋଚନା ନ କରି ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି କରିପାରିବେ ନାହିଁ ବୋଲି ଆବେଦନରେ କୁହାଯାଇଥିଲା।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିବା କୌଣସି ନିୟମର ଉଲ୍ଲଙ୍ଘନ କରୁନାହିଁ। ପ୍ରଶାସନିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ କୌଣସି ରୋକ ଲାଗି ନାହିଁ। ତେଣୁ କୋର୍ଟ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଗ୍ରହଣ କରୁଛନ୍ତି। ମଙ୍ଗଳବାର କେନ୍ଦ୍ର ସରକାର ନରେଶ କୁମାରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଉଥିବା ଦସ୍ତାବିଜ କୋର୍ଟଙ୍କ ଆଗରେ ଉପସ୍ଥାପନ କରିଥିଲେ।

Advertisment

ତେବେ କାହିଁକି କେବଳ ଜଣେ ଅଧିକାରୀଙ୍କ ଉପରେ କେନ୍ଦ୍ର ସରକାର ଏତେ ଫୋକସ କରୁଛନ୍ତି ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ। ଖଣ୍ଡପୀଠରେ ଥିବା ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା କହିଥିଲେ ଯେ “ଆପଣ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। ନିଯୁକ୍ତି ଦିଅନ୍ତୁ। କିନ୍ତୁ ଆପଣଙ୍କ ପାଖରେ ଏମିତି କୌଣସି ଅଫିସର ଅଛନ୍ତି ଯିଏ ମୁଖ୍ୟ ଶାସନ ସଚିବ ହୋଇପାରିବେ? ଆପଣ କେଉଁ କ୍ଷମତା ବଳରେ କାର୍ଯ୍ୟକାଳ ବୃଦ୍ଧି କରୁଛନ୍ତି? ଆମକୁ ଉକ୍ତ କ୍ଷମତା ଦେଖାନ୍ତୁ।”

ଆଜି ସଲିସିଟର ଜେନେରାଲ ତୁଷାର ମେହେଟା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ହେବା ଯାଏ ନରେଶ କୁମାର ଦାୟିତ୍ୱରେ ରହିବେ ବୋଲି କହିଥିଲେ। ଏକଥା ଶୁଣିବା ପରେ ସୁପ୍ରିମକୋର୍ଟ ଆପ୍‌ର ଆବେଦନକୁ ଅଗ୍ରାହ୍ୟ କରିଥିଲେ।

Bjp Delhi Supreme Court AAP