Advertisment

ସିବିଆଇ-ଇଡି ପ୍ରସଙ୍ଗ: ମୋଦି ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୧୪ ଦଳ ନିରାଶ

ଏହି ମାମଲାର ବିଚାର ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଛନ୍ତି।

author-image
Tapas Behera
undefined

Supreme Court

କେନ୍ଦ୍ରସରକାର ନିଜ କ୍ଷମତାର ଦୁରୁପଯୋଗ କରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଖାରଜ ହୋଇଯାଇଛି। ଏହି ମାମଲାର ବିଚାର ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଛନ୍ତି। କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ ଏବଂ ଇଡିକୁ ଅପବ୍ୟବହାର କରି ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ହଇରାଣ କରାଯାଉଥିବା ୧୪ଟି ବିରୋଧୀ ଦଳ ପକ୍ଷରୁ ମିଳିତ ଭାବେ ଅଭିଯୋଗ କରାଯାଇଥିଲା। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଗଭିଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଥିଲା। ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବା ପରଠାରୁ ସିବିଆଇ ଏବଂ ଇଡିକୁ ଉଦ୍ଦେଶ୍ୟମଳୂକ ଭାବେ ବିରୋଧୀଙ୍କ ପକ୍ଷେ ବ୍ୟବହାର କରାଯାଇଛି।

Advertisment

ଗତ ସାତ ବର୍ଷ ମଧ୍ୟରେ ମଧ୍ୟରେ ୬ଗୁଣ ଅଧିକ ମାମଲା ପଞ୍ଜିକୃତ କରିଛି। କିନ୍ତୁ ଦୋଷୀ ସାବ୍ୟସ୍ତ ମାତ୍ର ୨୩ ପ୍ରତିଶତ ରହିଛି। ଏଥିସହ ସେ କହିଛନ୍ତି ଯେ 95% ଇଡି ଏବଂ ସିବିଆଇ ମାମଲା ଦେଶର ବିଭିନ୍ନ ବିରୋଧୀ ଦଳର ନେତାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି। ରାଜନୈତିକ ଉଦ୍ଦେଶ୍ୟରେ ପକ୍ଷପାତିତା କରଯାଉଛି। ତେବେ ଏହି ମାମଲାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଅପବ୍ୟବହାର ହେଉଥିବା ଅଭିଯୋଗ କରି କଂଗ୍ରେସ, ଆର୍‌ଜେଡି, ଡିଏମ୍‌କେ, ଟିଏମ୍‌ସି, ଆପ୍‌, ବିଆରଏସ୍‌ ଏବଂ ଅନ୍ୟ ଦଳମାନଙ୍କ ସହ ମୋଟ୍‌ ୧୪ ରାଜନୈତିକ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଅପରାଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ବଢ଼ୁଥିବାରୁ ଏନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ଦର୍ଶାଇଛନ୍ତି, ଉକ୍ତ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ କିଛି ନେତାଙ୍କୁ ହିଁ ଟାର୍ଗେଟ୍‌ କରୁଛନ୍ତି। ଗିରଫ, ରିମାଣ୍ଡ ଓ ଜାମିନ ପ୍ରସଙ୍ଗରେ କୋର୍ଟ ସ୍ୱତନ୍ତ୍ର ନିୟମାବଳି ଆଣନ୍ତୁ ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଥିଲେ।

Advertisment
India