Advertisment

ଏନ୍‌କାଉଣ୍ଟରରେ ଟଳିଲେ ୭ ନକ୍ସଲ

ଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲମାନେ ଏକ ବଡ଼ ଧରଣର ବୈଠକ କରୁଛନ୍ତି।

author-image
Jitendra Garnayak
Naxal Dead

Naxal Dead

ଛତିଶଗଡ଼ର ନାରାୟଣପୁର ଓ ବିଜାପୁର ଜିଲ୍ଲା ସୀମାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷାକର୍ମୀମାନେ ନାରାୟଣପୁର, ଦାନ୍ତେୱାଡା ଓ ବିଜାପୁର ସୀମାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ।

Advertisment

ନାରାୟଣପୁର ଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲମାନେ ଏକ ବଡ଼ ଧରଣର ବୈଠକ କରୁଛନ୍ତି। ଏହା ପରେ ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଓ ସିଆରପିଏଫ ଯବାନ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦିନ ଗୋଟାଏ ପର୍ଯ୍ୟନ୍ତ କିଛି ସମୟ ବ୍ୟବଧାନରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳୁଥିଲା। ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ସେତେବେଳେ ୭ ଜଣ ନକ୍ସଲର ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୫ଟି ବନ୍ଧୁକ ସହ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

ଏହା ପୂର୍ବରୁ ମେ’ ୧୦ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିଲେ। ସେହିପରି ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର ବସ୍ତର ଅଞ୍ଚଳର କଙ୍କେରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ ହୋଇଥିଲେ। ଗତ ଦୁଇ ତିନି ମାସ ମଧ୍ୟରେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାୟ ୧୧୦ ଜଣ ନକ୍ସଲ ନିହତ ହୋଇଛନ୍ତି।

Advertisment
Naxal Dead CRPF