Advertisment

ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଜୀବନ ହାରିଲେଣି ୭ ଛାତ୍ରଛାତ୍ରୀ

ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବା ତେଲେଙ୍ଗାନାରେ ୭ ଛାତ୍ରଛାତ୍ରୀ ଜୀବନ ହାରି ସାରିଲେଣି। ସେମାନଙ୍କ ମଧ୍ୟରେ ୬ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି।

ଅଦ୍ୟତନ ହୋଇଛି
Suicide

Suicide

Advertisment

ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବା ପରେ ତେଲେଙ୍ଗାନାରେ ୭ ଛାତ୍ରଛାତ୍ରୀ ଜୀବନ ହାରି ସାରିଲେଣି। ସେମାନଙ୍କ ମଧ୍ୟରେ ୬ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ରେଜଲ୍ଟ ବାହାରିବାର ମାତ୍ର ୩୦ ଘଣ୍ଟା ଭିତରେ ୭ ଛାତ୍ରୀଛାତ୍ର ଆତ୍ମହତ୍ୟା କରି ସାରିଲେଣି।

Advertisment

ପ୍ରଥମ ଘଟଣା ମଞ୍ଚେରିୟଲ ଜିଲ୍ଲାର ତନ୍ଦୁର ଅଞ୍ଚଳରେ ଘଟିଛି। ଯେଉଁଠି ଏକ ୧୬ ବର୍ଷୀୟ ନାବାଳକ ରେଜଲ୍ଟ ଖରାପ ହୋଇଥିବାରୁ ଆତ୍ମହତ୍ୟା କରିଛନ୍ତି। ଛାତ୍ରଜଣକ ୪ଟି ବିଷୟରେ ଫେଲ୍‌ ହୋଇଥିବା ଜଣାଯାଇଛି।

ଏହାବାଦ ଆଉ ୬ ଛାତ୍ରୀ ଆତ୍ମହତ୍ୟାର ପଥର ବାଛି ନେଇଛନ୍ତି। କିଏ ଫାଶି ଲଗାଇ ତ କିଏ ବିଷ ଖାଇ ତ କିଏ ନଦୀ, ପୋଖରୀକୁ ଡେଇଁ ଜୀବନ ହାରିଛନ୍ତି।

Advertisment

ଗତ ଫେବୃୟାରୀରେ ଅନୁଷ୍ଠିତ ହୋଇଥିବା ଇଣ୍ଟରମିଡିଏଟ ପରୀକ୍ଷାରେ ୯.୮ ଲକ୍ଷରୁ ଅଧିକ ଛାତ୍ର ସାମିଲ ହୋଇଥିଲେ। ଏହି ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଙ୍କ ନିମନ୍ତେ ମେ’ ୨୪ ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ରେଜଲ୍ଟ ବାହାରିବା ପରେ ଖରାପ ରେଜଲ୍ଟ ରହିଥିବା ଛାତ୍ରୀଛାତ୍ରୀଙ୍କୁ ନିରାଶ ନ ହେବାକୁ ପ୍ରମୁଖ ଶିକ୍ଷା ସଚିବ ଉପଦେଶ ଦେଇଥିଲେ। ଏହା କେବଳ ଏକ ପରୀକ୍ଷା, ଆପଣଙ୍କ ପୂରା ଜୀବନ ନୁହେଁ ବୋଲି ସେ କହିଛନ୍ତି। ଏହି ପରୀକ୍ଷାରେ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ବି ଆଜି ଦେଶର ପ୍ରଶାସନିକ ଅଧିକାରୀ ହୋଇ ପାରିଥିବା ସେ କହିଥିଲେ। ତେଣୁ ପରିଶ୍ରମ ଜାରି ରଖିବାକୁ ସେ ଉପଦେଶ ଦେଇଥିଲେ। ଏହା ସତ୍ତ୍ୱେ ରେଜଲ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି।

୨୦୧୯ ମସିହାରେ ଇଣ୍ଟର ମିଡିଏଡ ପରୀକ୍ଷା ରେଜଲ୍ଟ ବାହାରିବା ପରେ ତେଲେଙ୍ଗାନାରେ ୨୨ ଛାତ୍ରଛାତ୍ରୀ ଜୀବନ ହାରିଥିଲେ।

Telengana Students Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe