Bomb Threat In School
ଦିଲ୍ଲୀ ଏନ୍ସିଆର୍ ପରେ ଏବେ ଗୁଜରାଟ ପାଳି। ପୁଣି ସ୍କୁଲଗୁଡିକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍। ଫଳରେ ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି।
କିଛି ଦିନ ତଳେ ଦିଲ୍ଲୀ ଏନ୍ସିଆର୍ର ୧୦୦ଟି ସ୍କୁଲ ବୋମା ଲଗାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଏବେ ଗୁଜରାଟ ଅହମ୍ମଦାବାଦର ୭ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଇ-ମେଲ୍ ଜରିଆରେ ଆତଙ୍କୀମାନେ ଏହି ଧମକ ଦେଇଛନ୍ତି। ଫଳର ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଅହମ୍ମଦାବାଦର ୭ଟି ହାଇ ପ୍ରୋଫାଇଲ୍ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏଥିରେ ସ୍କୁଲଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏହି ଇ-ମେଲ ଆସିବା ପରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ ଆନନ୍ଦ ନିକେତନ ସ୍କୁଲ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପୁଲିସ ସ୍କୁଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରେ ବୋମ ସ୍କ୍ୱାଡ୍କୁ ମଧ୍ୟ ନିୟୋଜିତ କରାଯାଇଛି।
କହିରଖୁ ଯେ, ମେ' ୧ ତାରିଖରେ ଦିଲ୍ଲୀରେ ପ୍ରଥମେ ତିନୋଟି ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ପରେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ୨୦୦ ସ୍କୁଲକୁ ପଠାଯାଇଥିଲା। ଅଇପି ଆଡ୍ରେସ୍ରୁ ଏହି ଇ-ମେଲ୍କୁ ବିଦେଶରୁ ଆସିଥିବା ଜଣାପଡିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714978767.jpg)