Advertisment

ଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ୯ ଛାତ୍ରୀ, ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

କୁନି କୁନି ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ତଥା ବାଲ୍ୟ ବିବାହ ସମ୍ପର୍କରେ ଜ୍ଞାନ ଦେବା ପାଇଁ ସ୍କୁଲରେ ପହଞ୍ଚିଥିଲା ଶିଶୁ ସୁରକ୍ଷା ବିଭାଗ ଟିମ୍‌। ମାତ୍ର ସେଠାରେ ଅଧିକାରୀମାନେ ଯାହା ଶୁଣିଲେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା।

ଅଦ୍ୟତନ ହୋଇଛି
Sexual Torture

Sexual Torture

Advertisment

କୁନି କୁନି ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ତଥା ବାଲ୍ୟ ବିବାହ ସମ୍ପର୍କରେ ଜ୍ଞାନ ଦେବା ପାଇଁ ସ୍କୁଲରେ ପହଞ୍ଚିଥିଲା ଶିଶୁ ସୁରକ୍ଷା ବିଭାଗ ଟିମ୍‌। ମାତ୍ର ସେଠାରେ ଅଧିକାରୀମାନେ ଯାହା ଶୁଣିଲେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। କାରଣ ସେଠାରେ ଛାତ୍ରୀମାନେ ଲଗାତର ଭାବେ ନିଜ ଶିକ୍ଷକଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ଅଭିଯୋଗ ଆଣିଲେ। ସ୍କୁଲର ଜଣେ ଶିକ୍ଷକଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ୯ ଛାତ୍ରୀ।

Advertisment

ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁର କୋଏମ୍ବାଟୁରରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ସମେତ ସ୍କୁଲର ଦୁଇ ମହିଳା ଶିକ୍ଷକ ଓ ପ୍ରିନ୍ସିପାଲ ବି ବନ୍ଧା ହୋଇଛନ୍ତି। ଏନେଇ ପୁଲିସ୍‌କୁ ତୁରନ୍ତ ଖବର ଦେଇ ନ ଥିବାରୁ ପୁଲିସ୍‌ ସେମାନଙ୍କୁ ବାନ୍ଧିଛି। 

ପୁଲିସ୍‌ ସୂଚନା ଅନୁସାରେ ଉକ୍ତ ସ୍କୁଲକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ଗସ୍ତ କରିଥିଲେ। ଛାତ୍ରୀମାନେ କିପରି ଯୌନ ଶୋଷଣରୁ ନିଜକୁ ରକ୍ଷା କରି ପାରିବେ ତଥା ବାଲ୍ୟ ବିବାହ ପ୍ରଥା କ’ଣ ଏନେଇ ସମ୍ପୃକ୍ତ ଟିମ୍‌ ଛାତ୍ରୀଙ୍କୁ ଧାରଣା ଦେଉଥିଲେ।

Advertisment

ଉକ୍ତ ସମରେ ସପ୍ତମ ଓ ଅଷ୍ଠମ ଶ୍ରେଣୀର କିଛି ଛାତ୍ରୀ ଅଭିଯୋଗ କରିଥିଲେ ଯେ ଶିକ୍ଷକ ନଟରାଜନ ଗତ କିଛି ମାସ ଧରି ସେମାନଙ୍କୁ ସ୍କୁଲରେ ଯୌନ ନିର୍ଯାତନା ଦେଉଛନ୍ତି। ଏନେଇ ସେମାନେ ନିଜ ନିଜ କ୍ଲାସ୍‌ ଟିଚର ଗୀତା ଓ ଶ୍ୟାମଲାଲଙ୍କୁ ଜଣାଇଥିଲେ ବି ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି କି କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ।

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏହାର ତଦନ୍ତ କରି ଜାଣିବାକୁ ପାଇଲେ ଯେ, ସ୍କୁଲର ପ୍ରିନ୍ସିପାଲ ଯମୁନାଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି। ସେ ଓ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଏହି ଘଟଣାର ତଦନ୍ତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ସେମାନେ ପୁଲିସ୍‌କୁ ବି ଏ ସମ୍ପର୍କରେ ଅବଗତ କରି ନାହାନ୍ତି।

ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ତୁରନ୍ତ ପ୍ରିନ୍ସପାଲଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ।

Tamilnadu Sexual Harassment Minor Crimes Sexual Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe