Advertisment

ପୁଣି ହିମାଚଳରେ ଭୟଙ୍କର ଭୂସ୍ଖଳନ, ଭାଇରାଲ୍ ହେଉଛି ଭିଡିଓ

ପୁଣି ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ। ଭୁଶୁଡି ପଡିଲା ବିରାଟ ବିରାଟ ଅଟ୍ଟାଳିକା।

author-image
Debibandita Barick
Landslide In Kullu

Landslide In Kullu

ହିମାଚଳରେ ଥମୁନି ପ୍ରକୃତିର କୋପ। ପୁଣି ସାମ୍ନାକୁ ଆସିଲା ଛାତି ଥରାଇଦେବା ଭଳି ଦୃଶ୍ୟ। ଏଠାରେ ଆଉ ଏକ ବଡ ଧରଣର ଭୂସ୍ଖଳର ହୋଇଛି। ପାହାଡ ଧଶି ବିରାଟ ବିରାଟ ଅଟ୍ଟାଳିକା ଧ୍ୱଂଶ ହୋଇଯାଇଛି। ଅନେକ ଲୋକ ଏହି ଧ୍ୱଂଶାବଶେଷ ତଳେ ଫସି ରହିଥିବା କୁହାଯାଉଛି। ରାଜ୍ୟର କୁଲ୍ଲୁ ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଭୂସ୍ଖଳନ।

Advertisment

ଶୋସାଲ୍ ମିଡିଆରେ ଏହି ସମୟର ଦୃଶ୍ୟ ଭାଇରାଲ୍ ହେଉଛି। ଅଟ୍ଟାଳିକା ଭୁଶୁଡି ସମଗ୍ର ଅଞ୍ଚଳ ଧୂଳିମୟ ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ ପ୍ରବଳ ବର୍ଷା ଫଳରେ କୁଲ୍ଲୁ-ମଣ୍ଡିକୁ ସଂଯୋଗ କରୁଥିବା ରାଜପଥରେ ଶହ ଶହ ଗାଡି ଅଟକି ରହିଛି। ଏକ ବିକଳ୍ପ ମାର୍ଗ ପାଣ୍ଡୋହ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି। ଫଳରେ ଏଠାରେ ଟ୍ରାଫିକ୍ ଚଳାଚଳ ସ୍ଥଗିତ ରହିଛି।

Advertisment

ସେପଟେ ଆଜିଠାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ମୁଖ୍ୟମନ୍ତ୍ରୀ ସୁଖବେନ୍ଦର ସୁଖୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ(ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି ଯେ, କୁଲ୍ଲୁରେ ଅଥୟ କରିଦେବା ଭଳି ଦୃଶ୍ୟ ସାମ୍ୟାକୁ ଆସିଛି। ଅନେକ ବାଣିଜ୍ୟିକ କୋଠା ଭୁଶୁଡି ପଡିଛି। ଭୂସ୍ଖଳନ ନେଇ ଆଶଙ୍କା କରି ପୂର୍ବରୁ ପ୍ରଶାନ ବିଲ୍ଡିଂରେ ଥିବା ଆସବାବପତ୍ରକୁ ସଫଳତାର ସହ ସ୍ଥାନାନ୍ତର କରିଥିଲା।

ଚଳିତ ମାସ ହିମାଚଳ ପ୍ରଦେଶର ଶିମାଲରେ ମଧ୍ୟ ଏକ ବଡ ଧରଣର ଭୂସ୍ଖଳନ ଘଟିଥିଲା। ଏଠାରେ 50ରୁ ଊର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲା। 

Natural Disaster Houses Collapse Landslide Landslide In Himachal