Advertisment

କୋର୍ଟ ଭିତରେ ବାଘ ଆତଙ୍କ, ଓକିଲଙ୍କୁ ମାଡ଼ିବସିଲା

ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ବାଘ ଆକ୍ରମଣରେ ପ୍ରାୟ ୭ଜଣ ଆହତ ହୋଇଥିବା ଜଣାପଡ଼ିଛି।

author-image
Tapas Behera
ଅଦ୍ୟତନ ହୋଇଛି
tiger

tiger

କୋର୍ଟ ଭିତରେ ବାଘ। ଉତ୍ତରପ୍ରଦେଶର ଗାଜିବାଦର ଏକ କୋର୍ଟ ପରିସରକୁ ଗୋଟିଏ କଲରାପତରିଆ ବାଘ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଛି। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ବାଘ ଆକ୍ରମଣରେ ପ୍ରାୟ ୭ଜଣ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ହଠାତ୍ ଏକ କଲରାପତିରିଆ ବାଘ ଆସି କୋର୍ଟର ପ୍ରଥମ ମହଲାରେ ପହଞ୍ଚି ଯାଇଥିଲା। ଲୋକେ ବାଘକୁ ଦେଖି ଡରିଯାଇଥିଲେ। ଭୟରେ ଜୀବନ ବଞ୍ଚାଇବା ପାଇଁ ଲୋକେ ଧାଁ ଦଉଡ଼ କରିଥିଲେ। । ଓକିଲମାନେ ନିଜ ନିଜ ଚାମ୍ବରକୁ ବନ୍ଦ କରି ଦେଇଥିଲେ।

ଲୋକେ ପାଟିତୁଣ୍ଡ କରିବା ସହ ବାଘ ଉପରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଣୁ ବାଘଟି ଅଧିକ ହିଂସ୍ର ହୋଇପଡ଼ିଥିଲା ଓ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ପ୍ରାୟ ୭ ଜଣଙ୍କୁ  ଆକ୍ରମଣ କରିଥିଲା। ୨-୩ ଜଣ ଓକିଲଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ବାଘ। ପ୍ରାୟ ୪ରୁ ୫ ଜଣ ଓକିଲ ବାଘ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଆମ୍ଭୁଲାନ୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଲୋକମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏଥିସହ ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏଯାଏ ବାଘଟିକୁ କାବୁ କରାଯାଇ ପାରି ନାହିଁ। ଏବେ ବି ଅପରେସନ ଚାଲିଛି।

India