Advertisment

ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ

ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଦଳାଚକଟା।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Stampede at Andhra Pradesh Tirupati Temple

Stampede at Andhra Pradesh Tirupati Temple

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା। ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୬ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଉଲ୍ଲେଖ ଯୋଗ୍ୟ, ଜାନୁଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ସ୍ୱତନ୍ତ୍ର ଦର୍ଶନ ପାଇଁ ଖୋଲାଯିବ। ଏଥିପାଇଁ ଆଜି(ବୁଧବାର) ସକାଳରୁ ହିଁ ହଜାର ହଜାର ଭକ୍ତ ମନ୍ଦିର ବାହାରେ ବିଭିନ୍ନ ଟିକେଟ୍ କାଉଣ୍ଟରରେ ଭିଡ଼ ଜମାଇଥିଲେ। ଆଜି ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ସେଠାରେ ପ୍ରାୟ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଯେତେବେଳେ ଭକ୍ତମାନଙ୍କୁ ବୈରାଗି ପାଟ୍ଟିଡା ପାର୍କରେ ଟୋକନ ପାଇଁ ଧାଡି ବାନ୍ଧିବାକୁ ଅନୁମତି ଦିଆଯାଇଥିଲା, ସେତେବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକା ସମୟରେ ସେହି ସ୍ଥାନକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା।

ତିରୁପତି ପୁଲିସ ସେଠାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ମନ୍ଦିର କମିଟିର ଅଧ୍ୟକ୍ଷ ବି.ଆର ନାଇଡୁ ପରିସ୍ଥିତି ସମ୍ପର୍କରେ ଏକ ଜରୁରୀ ବୈଠକ କରୁଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ଉପରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Andhra Pradesh Tirupati Temple Tirupati Balaji Temple Stampede At Tirupati Temple