ବିହାରରେ ଭୁଶୁଡ଼ିଲା ନିର୍ମାଣଧୀନ ପୋଲ। ସୁପୌଲରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି।
ସୂଚନା ଅନୁସାରେ, କୋସି ନଦୀ ଉପରେ ପୋଲଟି ନିର୍ମାଣ କରାଯାଉଥିଲା। ଆଜି ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି।
Also Read
ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରିରହିଥିଲା। ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଚାପି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ପୋଲ ଭୁଶୁଡ଼ିବା ନେଇ ଜଣେ ଜିଲ୍ଲୀ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି
ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।
National
ପ୍ରଦୂଷଣ ସ୍ଥିତି ଭୟଙ୍କର: ରାଜଧାନୀରେ ଲାଗିଲା GRAP-III
ଦିଲ୍ଲୀରେ ଆଜି ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୪୫୦ ମଧ୍ୟରେ ଅଛି।
National
ମହିଳାଙ୍କ ସୁରକ୍ଷା: ଦୋଷୀଙ୍କୁ ନପୁଂସକ କରିବାକୁ ସୁପ୍ରିମକୋର୍ଟରେ ଯୁକ୍ତି
ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ ଆଣିବା ଦାବିରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି।
National
ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା
ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।
National
ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଭିତରେ ଥିଲା ୪ କୋଟିର ଡ୍ରଗ୍ସ
ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।।