Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ; ଜଣେ ମୃତ, ଏକାଧିକ ଆହତ

ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା।

Incident Image

Incident Image

Advertisment

ବିହାରରେ ଭୁଶୁଡ଼ିଲା ନିର୍ମାଣଧୀନ ପୋଲ। ସୁପୌଲରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି।

Advertisment

ସୂଚନା ଅନୁସାରେ, କୋସି ନଦୀ ଉପରେ ପୋଲଟି ନିର୍ମାଣ କରାଯାଉଥିଲା। ଆଜି ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି।

ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରିରହିଥିଲା। ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଚାପି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ପୋଲ ଭୁଶୁଡ଼ିବା ନେଇ ଜଣେ ଜିଲ୍ଲୀ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment
Accident Bridge Collapse Bihar Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe