Advertisment

କେଦାରନାଥରେ ଭୟଙ୍କର ହିମସ୍ଖଳନ

କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ଥିବା ପାହାଡ଼ରୁ ଧସି ଯାଇଛି ବିଶାଳ ବରଫ ଅତଡ଼ା।

Kedarnath

Kedarnath

Advertisment

କେଦାରନାଥରେ ପୁଣି ଏକ ଭୟଙ୍କର ହିମସ୍ଖଳନ। କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ଥିବା ପାହାଡ଼ରୁ ଧସି ଯାଇଛି ବିଶାଳ ବରଫ ଅତଡ଼ା। ଗାନ୍ଧି ସରୋବର ଉପରେ ଥିବା ସୁମେରୁ ପାହଡ଼ରୁ ବରଫ ଅତଡ଼ା ଧସିଯାଇଛି। ଧିରେ ଧିରେ ବରଫର ଏକ ବିଶାଳ ଅଂଶ ଧସି ତଳେ ଥିବା ଗାନ୍ଧି ସରୋବରରେ ଆସି ଅଟକିଥିଲା।

Advertisment

ସୌଭାଗ୍ୟବଶତ ତଳେ ସରୋବର ଥିବାରୁ ଧସିଥିବା ବରଫର ଅଂଶ ସେଠାରେ ହିଁ ଅଟକି ଯାଇଥିଲା। ଫଳରେ ଅପର ପାର୍ଶ୍ୱରେ ଥିବା ମନ୍ଦିର ନିକଟକୁ ଧସି ଯାଇଥିବା ବରଫ ଅତଡ଼ା ମାଡ଼ି ଆସିପାରିନଥିଲା। ଏହି ଦୃଶ୍ୟ ଦେଖିଲେ ୨୦୧୩ର ମହାପ୍ରଳୟର ଭ୍ରମ ସୃଷ୍ଟି କରିଛି। ତେବେ ଆଜିର ଏହି ଘଟଣାରେ କିଛି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ। ତେବେ ମନ୍ଦିରବି ସୁରକ୍ଷିତ ରହିଛି।

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe