Advertisment

ଆରବ ସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’ ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’ । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି ଏହି ବାତ୍ୟା ।

author-image
Niharika Rout
ଅଦ୍ୟତନ ହୋଇଛି
Severe Cyclonic storm Biparjoy

Severe Cyclonic storm Biparjoy

ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’ । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି ଏହି ବାତ୍ୟା । ଏବେ ଏହା ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’ ।

Advertisment

ଏହା ପ୍ରଭାବରେ କେରଳ- କର୍ଣ୍ଣାଟକାର ଉପକୂଳ ଅଞ୍ଚଳ, ଲକ୍ଷଦୀପ ଓ ମାଲଦୀପ ଅଞ୍ଚଳ ତଥା କୋଙ୍କଣ-ଗୋଆ ଓ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଆସନ୍ତା କାଲିଠୁ ସମୁନ୍ଦ୍ର ଅଶାନ୍ତ ରହିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ । ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ତେଣୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥିସହ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ସକାଳେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ଘଣ୍ଟା ପ୍ରତି ୧୩୫-୧୪୫କିମି ଓ କିଛି ସ୍ଥାନରରେ ୧୬୦ କିମି ଉପରେ ବି ପବନ ପ୍ରବାହିତ ହୋଇପାରେ।

Advertisment

‘ବିପର୍ଯ୍ୟୟ’ ବାତ୍ୟାର ପ୍ରଭାବ ବହୁ ଦକ୍ଷିଣ ପଶ୍ଚିମ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାର। ଏଥିନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।

Cyclone