Advertisment

ମଝି ଆକାଶରେ ଥିବା ବେଳେ ଏକାଧିକ ଥର ଥରିଲା ଏୟାର ଇଣ୍ଡିଆ ବିମାନ, ଅନେକ ଯାତ୍ରୀ ଆହତ

ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରୁ ସିଡ୍‌ନୀ ଯାଉଥିବା ବେଳେ ମଝି ଆକାଶରେ ଏପରି ଘଟଣା ଘଟିଛି।

author-image
Hemant Lenka
Air India

Air India

ଏୟାର ଇଣ୍ଡିଆ ବିମାନ ସହ ଘଟିଛି ବଡ଼ ଅଘଟଣ। କମ୍ପାନୀର ଗୋଟିଏ ବିମାନ ମଝି ଆକାଶରେ ଥିବା ବେଳେ ଅନେକ ଥର ଦୋହଲିଛି ବା ଥରିଛି। ଏଥିଯୋଗୁ ବିମାନରେ ବସିଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରୁ ସିଡ୍‌ନୀ ଯାଉଥିବା ବେଳେ ମଝି ଆକାଶରେ ଏପରି ଘଟଣା ଘଟିଛି।

Advertisment

ଘଟଣାରେ କେହି ବି ଗୁରୁତର ଆହତ ହୋଇନାହାନ୍ତି। ସମାନ୍ୟ ଆହତ ହୋଇଥିବା ଯାତ୍ରୀମାନଙ୍କୁ ବିମାନ ଭିତରେ ହିଁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଛି। ବିମାନରେ ଜଣେ ଡାକ୍ତର ଓ ନର୍ସ ମଧ୍ୟ ଯାତ୍ରୀ ଭାବେ ଯାତ୍ରା କରୁଥିଲେ। ସେମାନଙ୍କ ସହାୟତା ନେଇ କ୍ୟାବିନ କ୍ରୁ ଅନ୍ୟ ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସିଡ୍‌ନୀରେ ଥିବା ଏୟାର ଇଣ୍ଡିଆର ଏୟାରପୋର୍ଟ ମ୍ୟାନେଜର ମଧ୍ୟ ସେଠାରେ ଯାତ୍ରୀଙ୍କ ପାଇଁ ମେଡିକାଲ ସହାୟତାର ବ୍ୟବସ୍ଥା କରିଥିଲେ। ତେବେ କୌଣସି ଯାତ୍ରୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ି ନଥିଲା।

Advertisment

ଜଣେ ଅଧିକାରୀ କହିଛନ୍ତି, “ଏୟାର ଇଣ୍ଡିଆର ବିମାନ ଏଆଇ ୩୦୨ ମଙ୍ଗଳବାର ଅର୍ଥାତ ୧୬ ମେ’ରେ ଦିଲ୍ଲୀରୁ ସିଡ୍‌ନୀ ଯାଉଥିଲା। ହଠାତ୍‌ ଏକାଧିକ ଥର ଏହା ମଝି ଆକାଶରେ ଦୋହଲି ଥିଲା। ଫଳରେ ଯାତ୍ରୀମାନେ ଅସହଜ ଅନୁଭବ କରିଥିଲେ।

ବିମାନଟି ସୁରକ୍ଷିତ ଭାବେ ସିଡ୍‌ନୀରେ ଅବତରଣ କରିଥିଲା। ଏହାପରେ ୩ ଜଣ ଯାତ୍ରୀଙ୍କୁ ସେଠାରେ ମେଡିକାଲ ସହାୟତା ଦିଆଯାଇଥିଲା। କାହାକୁ ବି ମେଡିକାଲ ନେବାକୁ ପଡ଼ି ନଥିଲା। ନିୟମ ଅନୁସାରେ ଏହି ଘଟଣା ସମ୍ପର୍କରେ ପ୍ରାଧିକୃତ ଅଧିକାରୀଙ୍କୁ ଅବଗତ କରାଯାଇଛି।”

ଗତ ମାସରେ ନାଗପୁରରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା।

Air India