Advertisment

ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପରେ ପ୍ରଫେସରଙ୍କ ନାଁରେ ରୁଜୁ ହେଲା ଯୌନ ଉତ୍ପୀଡ଼ନ ମାମଲା

ଗୁରୁବାର ଶିକ୍ଷାର୍ଥୀମାନେ ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଚିଠି ଲେଖିଥିଲେ।

Protest

Protest

Advertisment

ପରାମ୍ପରିକ କଳାର ଶିକ୍ଷା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଚେନ୍ନାଇ କଳାକ୍ଷେତ୍ରର ଜଣେ ସହାୟକ ପ୍ରଫେସର ଯୌନ ଉତ୍ପୀଡ଼ନ ମାମଲାରେ ଫସିଛନ୍ତି। ଛାତ୍ର ଓ ଛାତ୍ରୀ ମାନଙ୍କ ବିଶାଳ ବିକ୍ଷୋଭ କରିବା ପରେ ଚେନ୍ନାଇ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଜଣେ ପୂର୍ବତନ ଛାତ୍ରୀ ପ୍ରଥମେ ସହାୟକ ପ୍ରଫେସର ହରି ପଦ୍ମନଙ୍କ ନାଁରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

Advertisment

ତେବେ ପୁଲିସ୍‌ ମାମଲା ରୁଜୁ କରି ନଥିଲା। କିନ୍ତୁ ୨୦୦ରୁ ଅଧିକ ଶିକ୍ଷାର୍ଥୀ ଏକାଠି ବିକ୍ଷୋଭ କରିବା ପରେ ପୁଲିସ୍‌ ବାଧ୍ୟ ହୋଇ ପ୍ରଫେସର ପଦ୍ମନଙ୍କ ନାଁରେ ମାମଲା କରିଛି। ପ୍ରଫେସର ଜଣଙ୍କ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ବଡି ଶେମିଂ ଓ ଖରାପ ଶବ୍ଦ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୩ ଜଣ ମଧ୍ୟ ସାମିଲ ଥିବା କୁହାଯାଉଛି। ଅଭିଯୋଗ ଆସିବା ମାତ୍ରେ ଜାତୀୟ ମହିଳା କମିଶନ ଏହାକୁ ସତ୍ୟତା ନଥିବା ଗୋଟିଏ ପ୍ରଚାର ଅଭିଯାନ ବୋଲି କହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

ତେବେ ଶୁକ୍ରବାର ୯୦ ଜଣ ପିଲା ରାଜ୍ୟ ମହିଳା କମିଶନରଙ୍କୁ ଭେଟି ନିଜର ଅଭିଯୋଗ ଦାଖଲ କରିଥିଲେ। ଏହାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ଅଭିଯୋଗ ଅନୁଯାୟୀ, ଶିକ୍ଷାର୍ଥୀମାନଙ୍କୁ ବର୍ଷ ବର୍ଷ ଧରି କଳାକ୍ଷେତ୍ର ସଂସ୍ଥାରେ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ବଡି ଶେମିଂ, ଅପଶବ୍ଦ ଓ ଶରୀରର ବର୍ଣ୍ଣକୁ ନେଇ ଅପମାନିତ ଓ ମାନିସକ ନିର୍ଯାତନା ଦିଆଯାଉଥିଲା। ପ୍ରଶାସନକୁ ସେମାନେ ଏ ସମ୍ପର୍କରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଗୁରୁବାର ଶିକ୍ଷାର୍ଥୀମାନେ ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଚିଠି ଲେଖିଥିଲେ। ଏଥିରେ ନିର୍ଦ୍ଦେଶକ ରେବତୀ ରାମଚନ୍ଦ୍ରନଙ୍କୁ ବିଦା କରିବା ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ସେମାନେ ଦାବି କରିଥିଲେ।

ଏସବୁ ଭିତରେ ଆଜି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tamilnadu Sexual Harassment Student Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe