Advertisment

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା' ଫେରାର୍‌, ହୋଇପାରନ୍ତି ଗିରଫ

ଅପହରଣ ମାମଲାରେ ଏସ୍‌ଆଇଟି ତାଙ୍କୁ ପଚରାଉଚରା କରିବାକୁ ନୋଟିସ୍‌ ଜାରି କରିଥିଲା। କିନ୍ତୁ ସେ ଏହା ପୂର୍ବରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

author-image
Madhupriya Mistry
bhavani-revanna

bhavani-revanna

କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସେକ୍ସ ସ୍କାଣ୍ଡାଲ ମାମଲାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପୁଅ ପରେ ଏବେ ଗିରଫ ହୋଇପାରନ୍ତି ମା'। ଏସ୍‌ଆଇଟି ଟିମ୍‌ ଭବାନୀ ରେଭାନ୍ନାଙ୍କୁ ଖୋଜୁଛି। କିନ୍ତୁ ସେ ଫେରାର ଥିବା ସୂଚନା ମିଳିଛି। ଫେରାର ହେବା ତାଙ୍କୁ ଏବେ ମହଙ୍ଗା ପଡିପାରେ। ଯେକୌଣସି ମୁହୂର୍ତ୍ତରେ ବି ଏସ୍‌ଆଇଟି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଇଛି। 

Advertisment

ଏସଆଇଟି ଶନିବାର ଦିନ ହାସନ ସ୍ଥିତ ତାଙ୍କ ଘରେ ଭବାନୀ ରେଭାନ୍ନାଙ୍କୁ ଅପେକ୍ଷା କରି ରହିଥିଲା। କିନ୍ତୁ ଭବାନୀ ପଚରାଉଚରା ପାଇଁ ଏସଆଇଟିରେ ହାଜର ହୋଇନଥିଲେ। ଭବାନୀ ରେଭାନ୍ନା ପ୍ରଜୱାଲଙ୍କ ମା' ଅଟନ୍ତି। ଜଣେ ମହିଳା ପୀଡିତାଙ୍କୁ ଅପହରଣ ଘଟଣାରେ ଏସଆଇଟି ତାଙ୍କୁ ପଚରାଉଚରା କରିବାକୁ ଚାହୁଁଛି। 

ଶୁକ୍ରବାର ଦିନ ହାସନ ଜିଲ୍ଲାର ହୋଲେନସିଂହପୁର ଠାରେ ଭବାନୀଙ୍କ ଘରେ ଏସଆଇଟି ଏନେଇ ଏକ ନୋଟିସ ଲଗାଇ ଥିଲା। କେ.ଆର ନାଗରରୁ ଜଣେ ମହିଳା ପୀଡିତାଙ୍କୁ ଅପହରଣ ଘଟଣାରେ ଏସଆଇଟି ତାଙ୍କୁ ପଚରାଉଚରା କରିବାକୁ ଏଥିରେ ଉଲ୍ଲେଖ କରିଥିଲା। ତେଣୁ ଶନିବାର ଦିନ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଭବାନୀ ତାଙ୍କ ଘରେ ଉପସ୍ଥିତ ରୁହନ୍ତୁ ବୋଲି ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିଲା। 

Advertisment

ହେଲେ ଏସ୍‌ଆଇଟିର ଏହି ନୋଟିସ୍‌ ମିଳିବା ପରେ ଭବାନୀ ରେଭାନ୍ନା ଫେରାର ହୋଇଯାଇଛନ୍ତି। ଶନିବାର ଦିନ ସାରା ଏସ୍‌ଆଇଟି ଟିମ୍‌ ପଚରାଉଚରା କରିବା ପାଇଁ ତାଙ୍କ ଘରେ ଅପେକ୍ଷା କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ। ପରେ ସେ ନିଜ ଓକିଲ ଜରିଆରେ ସ୍ୱାସ୍ଥ୍ୟ କାରଣରୁ ହାଜର ହୋଇପାରି ନଥିବା ଏସ୍‌ଆଇଟିକୁ ସୂଚନା ଦେଇଛନ୍ତି। ସେପଟେ ଶୁକ୍ରବାର ସେସନ୍‌ କୋର୍ଟ ଭବାନୀ ରେଭାନ୍ନାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିସାରିଛନ୍ତି।

ଏପ୍ରିଲ ୨୮ ତାରିଖରେ ହୋଲେନାରସିଂହପୁରାରେ ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡନ ମାମଲାରେ ପ୍ରଥମ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ରେଭାନ୍ନା ପରିବାରର ପୂର୍ବତନ ଚାକରାଣୀଙ୍କ ପୁଅର ଅଭିଯୋଗ ଆଧାରରେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବିଧାୟକ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଅପହରଣ ଓ ଯୌନ ଉତ୍ପୀଡିନ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲେ। ସେଠାରେ ତାଙ୍କ ବୟାନ ରେକର୍ଡ ପରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ତେବେ ରେଭାନ୍ନାଙ୍କ ମା' ଭବାନୀଙ୍କ କହିବା ଅନୁସାରେ ଉକ୍ତ ମହିଳାଙ୍କୁ ଅପହରଣ କରାଯାଇଥିବା ଚାକରାଣୀଙ୍କ ପୁଅ ଅଭିଯୋଗ କରିବା ପରେ ଏସ୍‌ଆଇଟି ଟିମ୍‌ ଏନେଇ ତାଙ୍କୁ ପଚରାଉଚରା କରିବାକୁ ନୋଟିସ୍‌ ଜାରି କରିଥିଲା।

Prajwal Revanna Sex Scandal JDS MP Prajwal Revanna Mother