Advertisment

ମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ; ପଲିଗ୍ରାଫ ଟେଷ୍ଟ ପାଇଁ ଅମଙ୍ଗ

ସମସ୍ତ ବିବାଦ ଉପରୁ ପରଦା ହଟାଇବା ପାଇଁ ମନ୍ତ୍ରୀ ସନ୍ଦିପ ସିଂଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ କୋର୍ଟରେ ପୁଲିସ୍‌ ଆବେଦନ କରିଥିଲା। କିନ୍ତୁ ମନ୍ତ୍ରୀଜଣକ ନିଜର ସମ୍ମତି ପ୍ରକାଶ କରି ନାହାନ୍ତି।

Sandeep Singh

Sandeep Singh

Advertisment

ଜଣେ ମହିଳା ଆଥଲେଟ୍‌ଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ହରିୟାଣାର ମନ୍ତ୍ରୀ ସନ୍ଦିପ ସିଂ । ସମସ୍ତ ବିବାଦ ଉପରୁ ପରଦା ହଟାଇବା ପାଇଁ ମନ୍ତ୍ରୀ ସନ୍ଦିପ ସିଂଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ କୋର୍ଟରେ ପୁଲିସ୍‌ ଆବେଦନ କରିଥିଲା। କିନ୍ତୁ ମନ୍ତ୍ରୀଜଣକ ନିଜର ସମ୍ମତି ପ୍ରକାଶ କରି ନାହାନ୍ତି। ଏହି ମାମଲାର କୌଣସି ସତ୍ୟତା ନ ଥିବାରୁ ପଲିଗ୍ରାଫ ଟେଷ୍ଟର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି ମନ୍ତ୍ରୀ। ତେବେ ଏନେଇ କୋର୍ଟଙ୍କ ରାୟ ପ୍ରକାଶ ପାଇନି।

Advertisment

ମନ୍ତ୍ରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ଆଥଲେଟଜଣକ ଏନେଇ ଚଣ୍ଡିଗଡ଼ ଥାନାରେ ଗତ ଡିସେମ୍ବରରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ମନ୍ତ୍ରୀ ସନ୍ଦିପ ସିଂଙ୍କୁ ପୂର୍ବରୁ ପଚରାଉଚରା କରି ସାରିଥିବା ବେଳେ ତାଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା। ଏଥିନିମନ୍ତେ ମନ୍ତ୍ରୀଙ୍କ ରାୟ ପଚରାଯିବାରୁ ସେ କିନ୍ତୁ ଅସହମତି ପ୍ରକାଶ କରିଛନ୍ତି।

ନିଜ ଜବାବରେ ମନ୍ତ୍ରୀଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିବା ସହ ଏପରି ଯାଞ୍ଚର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି। ପଲିଗ୍ରାଫ ଟେଷ୍ଟ ରିପୋର୍ଟକୁ କୋର୍ଟ ଗ୍ରହଣ କରି ନ ଥାନ୍ତି। ଏହାବାଦ ଏହା କେବଳ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ କରିବା ସହ ମୋର ମହକିଲଙ୍କୁ ଅଯଥା ହଇରାଣ କରିବାକୁ ଉଦ୍ଦିଷ୍ଟ ବୋଲି ସନ୍ଦିପ ସିଂଙ୍କ ଓକିଲ କହିଛନ୍ତି।

Advertisment

ନିଜ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତିଗତ ଆକ୍ରୋଶ ତଥା ରାଜନୈତିକ ଉଦ୍ଦେଶ୍ୟ ରଖି ୫ ମାସ ହେଲା ମୋତେ ହଇରାଣ କରାଯାଉଛି। ଏ ସମ୍ପର୍କରେ ଗତ ବର୍ଷ ଡିସେମ୍ବର ୩୧ରେ ପୁଲିସ୍‌କୁ ବିସ୍ତୃତ ତଥ୍ୟ ଦେଇଥିଲି । ଜାନୁୟାରୀ ୮ ଓ ଫେବୃୟାରୀ ୧୧ରେ ପୁଲିସ୍‌ ମୋତେ ଡାକି ଘନଘନ ପଚରାଉଚରା କରିଥିଲା। ପ୍ରଥମ ଥର ମୋତେ ୨୦୨ ପ୍ରଶ୍ନ ପଚରା ଯାଇଥିବା ବେଳେ ଦ୍ୱିତୀୟ ଥର ୭୦ଟି ପ୍ରଶ୍ନ ପଚରା ଯାଇଥିଲା। ପୁଲିସ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ଦେଇ ସାରିଛି। ତେଣଉ ପୁଣି ଥରେ ପଲିଗ୍ରାଫ ଟେଷ୍ଟର ଆବଶ୍ୟକତା କ’ଣ ବୋଲି ପଚାରିଛନ୍ତି ମନ୍ତ୍ରୀ ।

ସନ୍ଦୀପ ସିଂ ପ୍ରଥମ ଥର ବିଧାୟକ ହୋଇଥିବା ବେଳେ ଏପରି ମାମଲା ଯୋଗୁ ସେ ଏବେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଏହି ମାମଲାର ଯାଞ୍ଚ ପାଇଁ ଚଣ୍ଡିଗଡ଼ ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ତେବେ ସନ୍ଦୀପ ସିଂ ପଲିଗ୍ରାଫ ଟେଷ୍ଟ ପାଇଁ ଅମଙ୍ଗ ହେବା ପରେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ।

Punjab Politics Sexual Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe