Advertisment

ଶାହରୁଖ, ଅକ୍ଷୟ ଓ ଅଜୟଙ୍କୁ ନୋଟିସ୍‌

କୋର୍ଟ ଏହି ମାମଲାର ଶୁଣାଶି ୨୦୨୪ ମେ’ ୯ ତାରିଖରେ କରିବେ।

author-image
Jitendra Garnayak
Shah Rukh Khan, Akshay Kumar, Ajay Devgn

Shah Rukh Khan, Akshay Kumar, Ajay Devgn

ତମାଖୁ କଂପାନୀଗୁଡ଼ିକର ବିଜ୍ଞାପନ କରୁଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA) ଅକ୍ଟୋବର ୨୦ ତାରିଖରେ ନୋଟିସ୍ ପଠାଇଛନ୍ତି। ଏକ ଅଦାଲତ ଅବମାନନା ପିଟିସନ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚକୁ ଏହି ତଥ୍ୟ ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସ୍‌ବି ପାଣ୍ଡେ।

Advertisment

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲେବ୍ରିଟିମାନେ ତମାଖୁ କମ୍ପାନୀଗୁଡ଼ିଗର ବିଜ୍ଞାପନ କରିବା ଉପରେ ଚିନ୍ତା ପ୍ରକଟ କରି ଆଡଭୋକେଟ ମୋତିଲାଲ ଯାଦବ ଏକ ଆବେଦନ କରିଥିଲେ। ଏହି ସେଲେବ୍ରିଟିମାନେ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ସେ ଆହୁରି ଦର୍ଶାଇଥିଲେ ଯେ ପଦ୍ମଶ୍ରୀ ପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ଆଚରଣ ସଠିକ୍ ନରହିଲେ ସେମାନଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରି ନେବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ଉଚିତ। ସେ ତାଙ୍କ ଆବେଦନରେ ଅନେକ ବଲିଉଡ୍ ଷ୍ଟାରଙ୍କ ନାଁ ଦର୍ଶାଇଥିଲେ। ସେମାନଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ବି ଥିଲେ।

ଏହି ମାମଲାରେ ଭାରତ ସରକାରଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ। କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରୀ ଏକ ଅଦାଲତ ଅବମାନନା ପିଟିସନ ଦାଖଲ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଭାରତ ସରକାରଙ୍କ କ୍ୟାବିନେଟ୍ ସେକ୍ରେଟେରୀ ଓ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA)ର ମୁଖ୍ୟ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ।

Advertisment

ସେହି ନୋଟିସ୍‌ର ଉତ୍ତରରେ ଡେପୁଟି ସଲିସିଟର ଜେନେରାଲ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚକୁ କହିଛନ୍ତି ଯେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ନୋଟିସ୍ ଦିଆଯାଇଛି। ଅମିତାଭ ବଚ୍ଚନ ସେହି ତମାଖୁ କମ୍ପାନୀକୁ ନୋଟିସ୍ ପଠାଇଛନ୍ତି ଯିଏ ତାଙ୍କୁ ବିଜ୍ଞାପନରେ ଦେଖାଇଥିଲା। କାରଣ ସେ ଉକ୍ତ କମ୍ପାନୀ ସହିତ ତାଙ୍କର ଚୁକ୍ତିକୁ ପୂର୍ବରୁ ରଦ୍ଦ କରି ସାରିଥିଲେ।

କୋର୍ଟ ଏହି ମାମଲାର ଶୁଣାଶି ୨୦୨୪ ମେ’ ୯ ତାରିଖରେ କରିବେ।

Akshay Kumar Ajay Devgan Shah Rukh Khan