Advertisment

ବିପର୍ଯ୍ୟୟ ପରିଚାଳନା ପାଇଁ ୮ ହଜାର କୋଟି ଟଙ୍କାର ଯୋଜନା

ଏସବୁ ଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା ବୈଠକ କରିଛନ୍ତି। ଏଥିସହ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ସହ ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ଆଲୋଚନା କରିଛନ୍ତି।

author-image
Hemant Lenka
Amit Shah

Amit Shah

ଗୋଟିଏ ପଟେ ବାତ୍ୟା ବିପର୍ଯ୍ୟୟ ବଳ ଗୋଟାଇ ସ୍ଥଳ ଭାଗକୁ ଆସୁଥିବା ବେଳେ ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନା ପାଇଁ ୩ଟି କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଜୁନ ୧୫ ତାରିଖରେ ଗୁଜରାଟରେ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Advertisment

ଏସବୁ ଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା ବୈଠକ କରିଛନ୍ତି। ଏଥିସହ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ସହ ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ବୈଠକ ପରେ ସେ ୮ ହଜାର କୋଟି ଟଙ୍କାର ୩ଟି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଉନ୍ମୋଚନ କରିଛନ୍ତି। ରାଜ୍ୟର ଅଗ୍ନି ସେବାକୁ ଅତ୍ୟାଧୁନିକରଣ ଓ ସଂପ୍ରସାରଣ ପାଇଁ ୫ ହଜାର କୋଟି ଟଙ୍କାର ଯୋଜନା କରାଯାଇଛି। ସେହିପରି ମୁମ୍ବାଇ, ଚେନ୍ନାଇ, କୋଲକତା, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ଭଳି ୭ଟି ଜନବହୁଳ ମେଟ୍ରୋରେ ସହରୀ ବନ୍ୟାକୁ ରୋକିବା ପାଇଁ ୨୫ ଶହ କୋଟିର ଯୋଜନା ଏବଂ ୮୨୫ କୋଟି ଟଙ୍କାର ଜାତୀୟ ଭୂସ୍ଖଳନ ରିସ୍କ ମିଟିଗେସନ ଯୋଜନା ମଧ୍ୟ ଲାଗୁ ହେବ। ଏହା ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ।

Advertisment

ବୈଠକ ପରେ ଅମିତ ଶାହ କହିଛନ୍ତି, “ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଗତ ୯ ବର୍ଷ ମଧ୍ୟରେ ଅନେକ କିଛି ସଫଳତା ପାଇଛନ୍ତି। ଏହାକୁ କେହି ଅଗ୍ରାହ୍ୟ କରିପାରିବେ ନାହିଁ। କିନ୍ତୁ ଆମେ ପରସ୍ପରର ଯୋଗାଯୋଗରେ ରହିପାରୁନୁ। କାରଣ ବିପର୍ଯ୍ୟୟ ତା’ର ରୂପ, ଗତି ଓ ତୀବ୍ରତା ବଦଳାଇ ବୃଦ୍ଧି କରିବାରେ ଲାଗିଛି। ତେଣୁ ଆମକୁ ସେହି ଅନୁସାରେ ଏହାର ମୁକାବିଲା ପାଇଁ ଯୋଜନା କରିବାକୁ ପଡ଼ି।”

Cyclone Disaster Management Cyclone Update Amit Shah