Advertisment

ମଞ୍ଚ ଉପରେ 'ରାମ'ଙ୍କୁ ହାର୍ଟ ଆଟାକ୍‌, ଟଳି ପଡ଼ିଲେ

ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Ram Heart Attack

Ram Heart Attack

Advertisment

ମଞ୍ଚସ୍ଥ ହେଉଥିଲା ରାମାୟଣ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍‌ ସେ ଟଳି ପଡିଲେ। ହାର୍ଟ ଆଟାକ୍‌ରେ ଚାଲିଗଲା ତାଙ୍କ ପ୍ରାଣ। ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରେ।

Advertisment

ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନାଗରରେ ରାମଲୀଲା ଚାଲିଥିଲା। ଏହି ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।

ମୃତ ଅଭିନେତା ଜଣକ ହେଲେ ସୁଶୀଲ କୌଶିକ। ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି। ଡାଏଲଗଗୁଡିକ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏତିକି ବେଳେ ହଠାତ୍ ସୁଶୀଲ ନିଜ ଛାତିରେ ହାତ ରଖି ମଞ୍ଚ ପଛପଟକୁ ଯାଉଥିବାର ନଜର ଆସିଛନ୍ତି।

Advertisment

ପୁଲିସ ସୂଚନା ମୁତାବକ, ସୁଶୀଲଙ୍କୁ ମଞ୍ଚ ଉପରେ ହୃଦ୍‌ଘାତ ହୋଇଥିଲା। ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୁଶୀଲ ବିଶ୍ୱକର୍ମା ନଗର ଅଞ୍ଚଳର ବାସିନ୍ଦା। ସେ ପେଶାରେ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଭଗବନା ରାମଙ୍କ ଜଣେ ବଡ଼ ଭକ୍ତ ମଧ୍ୟ ଥିଲେ। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Delhi Heart Attack On Stage Ramlila Ram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe