Advertisment

Blast In Delhi: ପୁଲୱାମା ହମଲାର ମାଷ୍ଟରମାଇଣ୍ଡ୍‌ ଫାରୁକର ପତ୍ନୀ ଲିଙ୍କରେ ଥିଲା ଲେଡୀ ଆତଙ୍କୀ ଶାହୀନ

ଉମର ଫାରୁକ ହେଉଛି ଜୈଶ ମୁଖିଆ ମସୁଦ ଆଝାରର ଭଣଜା। ୨୦୧୯ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଥିଲା ଫାରୁକ। ଏହି ହମଲାରେ ୪୦ ଜଣ ସିରିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିଲା ଫାରୁକ।

afirah-Bibi

ଶାହୀନ ସୟିଦ ଓ ଅଫିରା ବିବି

Advertisment

ଦିଲ୍ଲୀ ଆତ୍ମଘାତୀ ହମଲା(Blast In Delhi) ସହ ରହିଛି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଲିଙ୍କ୍‌। ଦିଲ୍ଲୀ ବିସ୍ଫୋରଣ ଓ ଫରିଦାବାଦରୁ ବିସ୍ଫୋରକ ମିଳିବା ଘଟଣାରେ ଗିରଫ ହୋଇଥିବା ଲେଡୀ ଆତଙ୍କୀ ଡାକ୍ତର ଶାହୀନ ସୟିଦ ସମ୍ପର୍କରେ ମିଳିଛି ବଡ଼ ତଥ୍ୟ। ଶାହୀନ ଜୈଶ କମାଣ୍ଡର ତଥା ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଉମର ଫାରୁକର ପତ୍ନୀ ଅଫିରା ବିବି ସହ ନିୟମିତ ଯୋଗାଯୋଗରେ ରହିଥିଲା ବୋଲି ଜଣାପଡ଼ିଛି। 

Advertisment

ଉମର ଫାରୁକ ହେଉଛି ଜୈଶ ମୁଖିଆ ମସୁଦ ଆଝାରର ଭଣଜା। ୨୦୧୯ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଥିଲା ଫାରୁକ। ଏହି ହମଲାରେ ୪୦ ଜଣ ସିରିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିଲା ଫାରୁକ। ଉମରର ପତ୍ନୀ ଅଫିରା ବିବି ନୂଆ କରି ଜୈଶ ପକ୍ଷରୁ ଖୋଲା ଯାଇଥିବା ମହିଳା ବ୍ରିଗେଡ ଜମାତ ଉଲ ମୋମିନାତର ପ୍ରମୁଖ ଚେହେରା। 

ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଅଫିରା ବିବି ଜୈଶର ମହିଳା ବ୍ରିଗେଡର ପରାମର୍ଶଦାତା ପରିଷଦ ଶୁରାରେ ସାମିଲ ହୋଇଥିଲା। ସେ ବ୍ରିଗେଟର ମୁଖିଆ ତଥା ମସୁଦର ଭଉଣୀ ସାଦିୟା ଆଝାର ସହ କାମ କରେ। ଉଭୟ ଅଫିରା ଓ ସାଦିୟା ନିୟମିତ ଭାବେ ଡାକ୍ତର ଶାହୀନ ସହ ଯୋଗାଯୋଗରେ ରହିଥିଲେ। ସେମାନଙ୍କ ନିର୍ଦ୍ଦେଶରେ ଶାହୀନା କାର୍ଯ୍ୟ କରୁଥିଲା। ଭାରତରେ ଜୈଶର ମହିଳା ୱିଙ୍ଗ ପ୍ରତିଷ୍ଠା ପାଇଁ ଅଫିରା ଓ ସାଦିୟା ମିଳିତ ଭାବେ ଶାହୀନକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment

ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ମେଡିକାଲରେ ବରିଷ୍ଠ ଡାକ୍ତର ଭାବେ କାମ କରୁଥିବା ଶାହୀନକୁ ସୋମବାର ପୁଲିସ୍‌ ଗିରଫ କରିଥିଲା। ତା’ କାରରୁ ଆସଲ୍ଟ ରାଇଫଲ ଓ ଗୁଳିଗୋଳା ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଶାହୀନକୁ ଭାରତରେ ଜମାତ ଉଲ ମୋମିନାତ ଶାଖା ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ କରି ମହିଳାମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରିବା ଦାୟିତ୍ୱ ଶାହୀନ ପାଇଥିଲା।

ଶାହୀନର ମୂଳଘର ଲକ୍ଷ୍ନୌରେ। ସେ ଏକାଧିକ ମେଡିକାଲ କଲେଜରେ କାମ କରିବା ପରେ ଶେଷରେ ଅଲ ଫଲାହରେ ଯୋଗ ଦେଇଥିଲା। ୨୦୧୨ରୁ ୨୦୧୩ ସେପ୍ଟେମ୍ବର ଯାଏ ସେ କାନୁପରରେ ଥିବା ଗୋଟିଏ ମେଡିକାଲ କଲେଜରେ ଫାର୍ମାକୋଲୋଜି ବିଭାଗର ମୁଖିଆ ରହିଥିଲା। ୨୦୧୬ରୁ ୨୦୧୮ ଯାଏ ଶାହୀନା ଭାରତ ଛାଡ଼ି ୟୁଏଇରେ ରହିଥିବା ତା’ ପାସପୋର୍ଟ ତଥ୍ୟରୁ ଜଣାପଡ଼ିଛି। 

ଶାହୀନ ସୟିଦର ସହକର୍ମୀମାନଙ୍କ କହିବା କଥା ଯେ ସେ କାହାକୁ କିଛି ନ କହି ନିୟମିତ ଛୁଟିରେ ରହିଯାଏ। ତା’ର ଆଚାର ବ୍ୟବହାର ମଧ୍ୟ ବେଶ କିଛି ମାସ ହେଲା ବଦଳି ଯାଇଥିଲା ବୋଲି ସେମାନେ କହିଛନ୍ତି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe