Advertisment

ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍‌କୁ ହତ୍ୟା

୨୦୧୬ ଜାନୁଆରୀ ୨ ତାରିଖରେ କରାଯାଇଥିବା ପଠାନ୍‌କୋଟ୍‌ ଆକ୍ରମଣର ସେ ହେଉଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
Shahid Latif

Shahid Latif

ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତଥା ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା। ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦକୁ ଏକ ବଡ଼ ଝଟ୍‌କା ଲାଗିଛି।

Advertisment

୪୧ ବର୍ଷିୟ ସାହିଦ ଲତିଫ ଥିଲା ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ସଦସ୍ୟ। ୨୦୧୬ ଜାନୁଆରୀ ୨ ତାରିଖରେ କରାଯାଇଥିବା ପଠାନ୍‌କୋଟ୍‌ ଆକ୍ରମଣର ସେ ହେଉଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ସିଆଲ୍‌କୋଟ୍‌ରେ ଥାଇ ଏହି ଆକ୍ରମଣ ବ୍ୟବସ୍ଥା କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ‘ଜୈଶ୍‌-ଏ-ମହମ୍ମଦ୍‌’ର ୪ଜଣ ଆତଙ୍କବାଦୀଙ୍କୁ ପଠାନ୍‌କୋଟ୍‌ ପଠାଇଥିଲା।

ଏନ୍‌ଆଇଏର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ ସାହିଦ ଥିଲା। ୧୯୯୪ ନଭେମ୍ବରରେ ସାହିଦ ଲତିଫକୁ ଭାରତରେ ଗିରଫ କରାଯାଇଥିଲା। ବିଚାର ପରେ ତାକୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଭାରତରେ ସଜ୍ଜା ଶେଷ ହେବା ପରେ ୨୦୧୦ ତାଙ୍କୁ ୱାଘା ବର୍ଡର ଦେଇ ପାକିସ୍ତାନକୁ ପଠାଯାଇଥିଲା।

Advertisment

୧୯୯୯ରେ ‘ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌’ର ଗୋଟାଏ ବିମାନ ଅପହରଣ କରିଥିବା ନେଇ ସାହିଦ ଲତିଫ ବିରୋଧରେ ଅଭିଯୋଗ ରହିଛି। ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର ତଦନ୍ତରୁ ଜଣାପଡ଼ିଛି ୨୦୧୦ରେ ଜେଲ୍‌ରୁ ମୁକୁଳିବା ପରେ ଲତିଫ୍‌ ପାକିସ୍ତାନର ଜିହାଦୀ ଫ୍ୟାକ୍ଟ୍ରିରେ ସାମିଲ ହୋଇଯାଇଥିଲା। ଭାରତ ସରକାର ତାଙ୍କୁ ତାଲିକାଭୁକ୍ତ ‘ ମୋଷ୍ଟ ୱାଣ୍ଟେଡ୍‌ ଟେରରିଷ୍ଟ୍‌’ ଘୋଷଣା କରିଥିଲେ। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଗୁପ୍ତ ଭାବେ ଆଇଏସ୍‌ଆଇ ସାହିଦକୁ ଆଜି ଯାଏ ସୁରକ୍ଷା ଯୋଗାଇ ଆସୁଥିଲା।

Pakistan Pathankot Attack Shahid Latif