Advertisment

ଆଜି ଆତ୍ମସମର୍ପଣ କରିପାରନ୍ତି ଅତିକଙ୍କ ପତ୍ନୀ ଶାହିସ୍ତା ପରବୀନ

ପ୍ରୟାଗରାଜରେ ଶାହିସ୍ତା ପରବୀନ ଆତ୍ମସମର୍ପଣ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ଶାହିସ୍ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।

Shaista Parveen

Shaista Parveen

Advertisment

ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ପତ୍ନୀ ଶାହିସ୍ତା ପରବୀନ ଆଜି ପୁଲିସ୍‌ କିମ୍ବା କୋର୍ଟ ଆଗରେ ଆତ୍ମସମର୍ପଣ କରିପାରନ୍ତି। ଗତ ସପ୍ତାହରେ ପ୍ରଥମେ ଶାହିସ୍ତାଙ୍କ ପୁଅ ଅସଦ ଓ ପରେ ସ୍ୱାମୀ ଅତିକ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ତେଣୁ ଶାହିସ୍ତା ପରବୀନ ଏବେ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଟିଭି ରିପୋର୍ଟ ଅନୁସାରେ, ପ୍ରୟାଗରାଜରେ ଶାହିସ୍ତା ପରବୀନ ଆତ୍ମସମର୍ପଣ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ଶାହିସ୍ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେବେଠାରୁ ସେ ଫେରାର ରହିଛନ୍ତି। ପ୍ରଥମେ ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ପରେ ଏହି ରାଶିକୁ ୫୦ ହଜାରକୁ ବୃଦ୍ଧି କରାଯାଇଥିଲା।

୨୦୦୫ ମସିହାରେ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କୁ ଅତିକ ଅହମଦ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଆଇନଜୀବୀ ଉମେଶ ପାଲ। ତାଙ୍କୁ ଚଳିତ ବର୍ଷ ଫେବୃଆରୀ ୨୪ରେ ଅତିକଙ୍କ ପୁଅ ଅସଦ ଓ ଗ୍ୟାଙ୍ଗର କିଛି ସଦସ୍ୟ ଗୁଳି କରି ହତ୍ୟା କରିଥିଲେ। ଘଟଣାରେ ଉମେଶ ପାଲଙ୍କ ୨ ଜଣ ବଡିଗାର୍ଡ ମଧ୍ୟ ପ୍ରାଣ ହରାଇଥିଲେ।

Advertisment

ଉମେଶ ପାଲଙ୍କ ପତ୍ନୀ ଜୟା ପାଲ ଫେବୃଆରୀ ୨୫ରେ ପୁଲିସ୍‌ରେ କରିଥିବା ଅଭିଯୋଗରେ ଅତିକ ଅହମଦ, ତାଙ୍କ ଭାଇ ଅଶରଫ, ପତ୍ନୀ ଶାହିସ୍ତା, ଦୁଇ ପୁଅ, ଗୁଡ ମୁସଲିମ, ଗୁଲାମ ଓ ଅନ୍ୟ ୯ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିବା ଦିନ ଠାରୁ ଶାହିସ୍ତା ଫେରାର ରହିଛନ୍ତି। ସେହିପରି ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ୍‌ ଗୁଳିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅତିକ ଓ ଅଶରଫଙ୍କୁ ଶନିବାର ୩ ଜଣ ଯୁବକ ଗୁଳି କରି ମାରି ଦେଇଥିଲେ।

Uttar Pradesh Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe